ଜାତୀୟରାଜନୀତି

ମୋଦିଙ୍କ ହନୁମାନ ଚିରାଗ ପାସୱାନଙ୍କ ବଡ଼ ବୟାନ । କହିଲେ ଏମିତି ଯଦି ହୁଏ…

ନୂଆଦିଲ୍ଲୀ: ନିଜକୁ ସବୁ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହନୁମାନ କହି ଆସୁଥିବା ଚିରାଗ ପାସୱାନ ଏବେ ଅଲଗା ମୋଡରେ । ନିକଟରେ ଲାଟେରାଲ ଏଂଟ୍ରି ହେଉ କି କୋଟା ଭିତରେ କୋଟା ପ୍ରସଙ୍ଗ, ଏମିତିି ଅନେକ ମୁଦ୍ଦାକୁ ନେଇ ଏନଡିଏ ଠାରୁ ଅଲଗା ବୟାନ ଦେଇ ଆସିଛନ୍ତି ଚିରାଗ ।

ଆଉ ଏବେ ଗୋଟିଏ ମିନିଟରେ ମନ୍ତ୍ରୀ ପଦକୁ ଲାତ ମାରିଦେବେ ବୋଲି କହିଛନ୍ତି ପାସୱାନ । ଯାହାକୁ ନେଇ ଆରମ୍ଭ ହେଇଗଲାଣି ତୁମ୍ବି ତୋଫାନ । ପାଟନାରେ ଏକ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଦେଇଛନ୍ତି ଏକ ବଡ଼ ବିବୃତ୍ତି ।

ଚିରାଗ କହିଛନ୍ତି ଯେ ମୁଁ ଯେ କୌଣସି ବି ଗଠବନ୍ଧନରେ ରୁହେ, କିମ୍ବା କୌଣସି କେଉଁ ମନ୍ତ୍ରୀ ପଦବୀରେ ରୁହେ, ଯେଉଁ ଦିନ ମୁଁ ଅନୁଭବ କରିବି ଯେ ସମ୍ବିଧାନ ଏବଂ ସଂରକ୍ଷଣ ସହିତ ଖେଳାଯାଉଛି, ସେହିଦିନ ମନ୍ତ୍ରୀ ପଦକୁ ପାଦରେ ଆଡେଇଦେବି, ଯେପରି ମୋ ବାପା ଗୋଟିଏ ମିନିଟରେ କରିଥିଲେ, ସେମିତି ମୁଁ ମଧ୍ୟ କରିବି । ଶୁଣନ୍ତୁ କଣ କହିଥିଲେ ଚିରାଗ..ବାଇଟ ଶୁଣନ୍ତୁ l

ଚିରାଗ ପାଟନାରେ କହିଥିଲେ ଯେ ସଂରକ୍ଷଣ ପ୍ରସଙ୍ଗରେ କୋର୍ଟ ଆଇନ ବଦଳାଇବା ବିଷୟରେ କହିଥିଲେ ଯାହା ମୋ ବାପା ବିରୋଧ କରିଥିଲେ । ସେତେବେଳେ ମଧ୍ୟ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ମୋ ବାପାଙ୍କ କଥା ଶୁଣିଥିବାରୁ ଧନ୍ୟବାଦ ଜଣାଉଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ, ବିଜେପି ନେତୃତ୍ୱାଧୀନ ଏନଡିଏ ଉପରେ, ଚିରାଗ ପାସୱାନନାରାଜ ଥିବା ବିଶାରଦ ମହଲରେ ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com