ଓଡ଼ିଶା

ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ; ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲିଠୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସହିତ ଯିବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟକୁ କିପରି ଅଧିକ ନିବେଶ ଆସିବ ସେନେଇ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ତେବେ ଏବେ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଗସ୍ତରେ ଅଛନ୍ତି । ଆଜି ତାଙ୍କର ଝାଡଖଣ୍ଡ ଗସ୍ତର ଦ୍ବିତୀୟ ଦିନ । ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗ ଦେଇ ଝାଡଖଣ୍ଡରେ ଥିବା ଓଡିଆଙ୍କୁ ସମ୍ବୋଧିତ କରିବେ । ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ରାଞ୍ଚି ଅଭିମୁଖେ ଯାଇଥିଲେ । ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିଥିଲେ l ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ଜମାଣି ମୈଦାନରେ ଭାଜପାର ପରିବର୍ତ୍ତନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ ପଡ଼ିଆରେ ସଭାକୁ ସମ୍ବୋଧିତ କରିବେ ।

ଅପରାହ୍ନ ୫ଟାରେ ଚାଇଁବାସା ସର୍କିଟ ହାଉସରେ ପହଞ୍ଚି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ପୁଣି ୧ ତାରିଖରେ ଚାଇବାସାରେ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ପରେ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com