ଜାତୀୟ

ଡାକ୍ତରଖାନାରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟା; ପୁଲିସର ତଦନ୍ତ ଆରମ୍ଭ…

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା । ରୋଗୀ ବେଶରେ ଚିକିତ୍ସା କରାଇବାକୁ ଆସିଥିଲେ । ଆଘାତ ଲାଗିଛି ବୋଲି କହିଲେ। ତା’ପରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କଲେ । କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ରୋଗୀ ବେଶରେ ଚିକିତ୍ସା କରାଇବାକୁ ଆସି ଆଘାତ ଲାଗିଛି ବୋଲି କହି ଡ୍ରେସିଂ କରିବାକୁ ଆସିଥିଲେ । ଡ୍ରେସିଂ କରିବା ପରେ ଡାକ୍ତରଙ୍କୁ ସାକ୍ଷାତ କରିବାକୁ କହିଥିଲେ ଦୁର୍ବୃତ୍ତ । ଠିକ୍ ଏହି ସମୟରେ ଡାକ୍ତରଙ୍କୁ ଗୁଳି କରିଥିଲେ କିଛି ଦୁର୍ବୃତ୍ତ ।

ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନି । ସିସିଟିଭି ଯାଞ୍ଚ କରୁଛି ପୋଲିସ । ଏହି ଘଟଣା ଜୟତପୁରର ନୀମା ହସ୍ପିଟାଲରେ ଘଟିଛି । ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ଡାକ୍ତରଖାନା କର୍ମଚାରୀଙ୍କ ଅନୁଯାୟୀ ଦୁଇ ଜଣ ଆହତ ଅବସ୍ଥାରେ ଡାକ୍ତରଖାନାକୁ ଆସି ଆଘତ ଲାଗିଛି ବୋଲି କହିଥିଲେ ।

ପ୍ରଥମେ ସେମାନଙ୍କର ଡ୍ରେସିଂ କରାଯାଇଥିଲା। ଏହା ପରେ ସେ କହିଥିଲେ ଯେ ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ । ଦୁହେଁ ଡାକ୍ତରଙ୍କ କ୍ୟାବିନରେ ପହଞ୍ଚିବା ପରେ ସେମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଥିଲେ ।

ସୂଚନା ଅନୁଯାୟୀ ମୃତ ଡାକ୍ତରଙ୍କ ନାମ ଜାଭେଦ ବୋଲି କୁହାଯାଉଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ଡାକ୍ତରଙ୍କ ସହ ଦୁଇ ଯୁବକଙ୍କ କ’ଣ ଶତ୍ରୁତା ଥିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com