ଓଡ଼ିଶାରାଜନୀତି

‘ତାକତ ଅଛି ଯଦି ବିଜେଡି ଖାଲି କରି ଦେଖାଅ’; ବିଜେପିକୁ ଓପନ ଚାଲେଞ୍ଜ: ବଦ୍ରି ପାତ୍ର

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡିରେ ଦେଖା ଦେଉଛି ଗୋଷ୍ଠି କନ୍ଦଳ l ଏହାରି ଭିତରେ ଆସିଛି ବିଜେପି ପାଇଁ ଖୋଲାଖୋଲି ଚାଲେଞ୍ଜ l ଆଉ ଏହି ଚାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର ।

ସେ, ବିଜେଡି ବିଜେପି ସଭାପତିଙ୍କୁ କହିଛନ୍ତି କି, ତାକତ ଅଛି ଯଦି ବିଜେଡି ଖାଲି କରିକି ଦେଖାଅ । ଖାଲି ବୟାନବାଜିରେ କିଛି ଲାଭ ନାହିଁ । ଏଥିପାଇଁ କାହା ମୁହଁରେ ହାତ ଦେଇ ହେବନି । ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର ତାକତ ଅଛି କି? ବୋଲି ବିଜେପି ସଭାପତି ମନମୋହନ ସାମଲଙ୍କୁ ପ୍ରଶ୍ନ କରିଛନ୍ତି ବଦ୍ରି ।

ତେବେ ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ନେତାମାନେ କାଳେ ବିଜେପିରେ ମିଶିବା ପାଇଁ ଆବେଦନ କରୁଛନ୍ତି ବୋଲି କଡା ଦାବି କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଆଗକୁ ବିଜେଡି ଖାଲି ହୋଇଯିବ । ତାଙ୍କ ଦଳରେ ଆଉ କେହି ରହିବେ ନାହିଁ । ବିଜେପିରେ ମିଶିବା ପାଇଁ ଅନେକ ବିଜେଡି ନେତା ଆବେଦନ କରୁଛନ୍ତି ।

ପୂର୍ବରୁ ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧିମାନେ ବିଜେପିରେ ମିଶିଛନ୍ତି । ଦୁଇ ରାଜ୍ୟସଭା ସାଂସଦ ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି କହିଥିଲେ ମନମୋହନ । ଯାହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବଦ୍ରି ।

ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଖାଲି ସେତିକି ନୁହେଁ ମନମୋହନଙ୍କ ମନ୍ତବ୍ୟଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସେ ମନମୋହନଙ୍କ ଏଭଳି ମନ୍ତବ୍ୟକୁ ‘ମୁଙ୍ଗେରି ଲାଲ କେ ହସିନ୍ ସପନେ’ ବୋଲି କହି କଟାକ୍ଷ କରିଛନ୍ତି । ଏଥିସହିତ ୨ ଜଣ ବିଜେଡି ରାଜ୍ୟସଭା ସାଂସଦଙ୍କୁ ସେମାନେ ଅପହରଣ କରି ନେଇ ଯେଉଁଭଳି ଉଲ୍ଲାସିତ ହେଉଛନ୍ତି, ତାହା ସ୍ବଳ୍ପଆୟୁ ବୋଲି କହିଛନ୍ତି ଗଣେଶ୍ବର ।

Related Articles

Back to top button
WP Twitter Auto Publish Powered By : XYZScripts.com