ମନୋରଞ୍ଜନ

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ର କାହାର ଥିଲା? କହିଲେ କୋଣ୍ଡା ସୁରେଖା; ବର୍ଷିଲେ ନାଗାର୍ଜୁନ

ହାଇଦ୍ରାବାଦ: ୨୦୧୭ରେ ନାଗା ଓ ସାମନ୍ଥାଙ୍କ ବିବାହ ହୋଇଥିଲା । ୨୦୨୧ରୁ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ । ତେଲେଙ୍ଗାନା କଂଗ୍ରେସ ସରକାରରେ ଜଣେ ମହିଳା ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବୋବାଲ୍ । ମନ୍ତ୍ରୀଙ୍କ ବୟାନକୁ ନେଇ ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ରୋଶ ।

ମନ୍ତ୍ରୀ ସୁରେଖାଙ୍କ ଅଭିଯୋଗ ଥିଲା ଯେ, ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥାଙ୍କ ମଧ୍ୟରେ ବିବାହ ବିଚ୍ଛେଦର କାରଣ ଥିଲେ ବିଆରଏସ ନେତା କେ.ଟି ରାମା ରାଓ । ମହିଳାମାନଙ୍କୁ କେଟିଆର ଅପମାନ କରିଥିବା ଅଭିଯୋଗ ଆଣି ମନ୍ତ୍ରୀ ସୁରେଖା ଫିଲ୍ମ ଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡପତ୍ରର ଉଦାହରଣ ଦେଇଥିଲେ ।

ବୟାନର ଜୋରଦାର ବିରୋଧ ହେବା ପରେ ପଛକୁ ହଟିଛନ୍ତି ମନ୍ତ୍ରୀ । ଦେଇଛନ୍ତି ସ୍ପଷ୍ଟୀକରଣ । ଅଭିନେତ୍ରୀ ସାମନ୍ଥାଙ୍କୁ କ୍ଷମା ମାଗିଛନ୍ତି । କିନ୍ତୁ ବିବାଦ ଥମିବା ବଦଳରେ ବଢିଚାଲିଛି । ତେଲେଙ୍ଗାନାର କଂଗ୍ରେସ ସରକାରରେ ପରିବେଶ ମନ୍ତ୍ରୀ ଅଛନ୍ତି କୋଣ୍ଡା ସୁରେଖା ।

ବିରୋଧୀ ଦଳ ନେତା କେ.ଟି ରାମା ରାଓ ହିଁ ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥାଙ୍କ ବିବାହ ବିଚ୍ଛେଦ ର କାରଣ । ନାଗା ଚୈତନ୍ୟଙ୍କ ବାପା ତଥା ଅଭିନେତା ନାଗାର୍ଜୁନଙ୍କ ଏନ୍‌-କନଭେନସନ ସେଂଟର ନ ଭାଙ୍ଗିବାକୁ ବିଆରଏସ ଅଧ୍ୟକ୍ଷ କେ.ଟି ରାମାରାଓ ସାମନ୍ଥାଙ୍କୁ ତାଙ୍କ ନିକଟକୁ ପଠାଇବାକୁ ଦାବି କରିଥିଲେ ।

କେ.ଟି ରାମାରାଓଙ୍କ ପାଖକୁ ଯିବା ପାଇଁ ନାଗାର୍ଜୁନ ସାମନ୍ଥାଙ୍କୁ ବାଧ୍ୟ କରିଥିଲେ । ସାମନ୍ଥା ମନା କରିବାରୁ ନାଗା ଚୈତନ୍ୟଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ବୋଲି ଚାଚଂଲ୍ୟକର ବୟାନ ଦେଇଥିଲେ କୋଣ୍ଡା ସୁରେଖା ।

କଡା ଜବାବ ଦେଲେ ନାଗା ଚୈତନ୍ୟ, ଲିଗାଲ ଆକସନ ନେବେ ନାଗାର୍ଜୁନ l ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିବାଦୀୟ ବୟାନକୁ ଜୋରଦାର ବିରୋଧ କରାଯାଇଛି । ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଉଠିଛି ବିରୋଧର ସ୍ୱର । କଡା ପ୍ରତିକ୍ରିୟା ଦେଇଛନ୍ତି ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ । ଏଣେ ନାଗା ଚୈତନ୍ୟ ମନ୍ତ୍ରୀଙ୍କ ଦାବିର କୌଣସି ଭିତ୍ତି ନାହିଁ ବୋଲି କହିଛନ୍ତି ।

ସାମନ୍ଥାଙ୍କ ସହ ତାଙ୍କର ଛାଡପତ୍ର ନେଇ ମନ୍ତ୍ରୀଙ୍କ ଦାବି ପୁରା ମିଛ ବୋଲି କହିଛନ୍ତି ନାଗା ଚୈତନ୍ୟ । ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ନାଁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ନାଗା ଚୈତନ୍ୟ କହିଛନ୍ତି । ସାମନ୍ଥା ମଧ୍ୟ ସୁରେଖାଙ୍କ ଦାବିକୁ ମିଛ ବୋଲି କହି ସମାଲୋଚନା କରିଛନ୍ତି ।

ନାଗା ଚୈତନ୍ୟଙ୍କ ବାପା ସୁପରଷ୍ଟାର ନାଗାର୍ଜୁନ ମନ୍ତ୍ରୀଙ୍କ ଆପତ୍ତିଜନକ ବୟାନକୁ ନିନ୍ଦା କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଲିଗାଲ ଆକସନ ପାଇଁ ନାଗାର୍ଜୁନ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ମନ୍ତ୍ରୀ ସୁରେଖାଙ୍କ ବୟାନକୁ ନିନ୍ଦା କରିଛନ୍ତି । ଆପତ୍ତିଜନକ ବୟାନ ନେଇ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପରେ ଅଭିନେତ୍ରୀ ସାମନ୍ଥାଙ୍କୁ କ୍ଷମା ମାଗିଛନ୍ତି ମନ୍ତ୍ରୀ ସୁରେଖା ।

ଜଣେ ନେତାଙ୍କ ଦ୍ୱାରା ମହିଳାଙ୍କ ଅପମାନ ପ୍ରସଙ୍ଗରେ ସେ ଟିପ୍ପଣୀ ଦେଇଥିଲେ । ସାମନ୍ଥା କି ଅନ୍ୟ କାହାକୁ ଆଘାତ ଦେବା ପାଇଁ ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ଏକ୍ସରେ କହି କ୍ଷମା ମାଗିଛନ୍ତି ମନ୍ତ୍ରୀ । ଏଥିସହିତ ବୟାନକୁ ସେ ପ୍ରତ୍ୟାହାର କରିଛନ୍ତି ।

ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଆରଏସ ଅଧ୍ୟକ୍ଷ କେ.ଟି ରାମା ରାଓ । କୋଣ୍ଡା ସୁରେଖାଙ୍କ ମନ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ପାଇଁ ମନ୍ତ୍ରୀ ଜାଣିଶୁଣି ବୟାନ ଦେଇଛନ୍ତି ।

କୋଣ୍ଡା ସୁରେଖାଙ୍କୁ ମେଂଟାଲ୍ ହେଲଥ୍ ସ୍ପେଶାଲିଷ୍ଟ ବା ରିହାବ ସେଂଟରକୁ ପଠାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କହିଛନ୍ତି କେଟିଆର୍ । ସୂଚନା ଅନୁସାରେ,ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ବିଆରଏସ ନେତା କେଟି ରାମା ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ସେ କହିଥିଲେ, ତାଙ୍କ (କେଟି ରାମା ରାଓ) ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିଛନ୍ତି ଓ ଶୀଘ୍ର ବାହା ହୋଇପଡିଛନ୍ତି। କାରଣ କେଟି ରାମା ରାଓ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com