ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ଡାକିଲେ ଜରୁରୀ ବୈଠକର, କଣ ପାଇଁ ଜାଣନ୍ତୁ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଗଭୀର ଚିନ୍ତାଜନକ ବୋଲି ଏହି ବୈଠକରେ ଦର୍ଶାଯାଇଛି । ଏଥିସହ ଏହି ସଂକଟ ଆହୁରି ବ୍ୟାପକ ହେଲେ, ବାଣିଜ୍ୟ, ତୈଳ, ପେଟ୍ରୋଲିୟମ ଉତ୍ପାଦ ସପ୍ଲାଏ ଚେନ୍ ଓ ଜାହାଜ ଚଳାଚଳ ଆଦି କ୍ଷେତ୍ରରେ ଭାରତକୁ କିଭଳି ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଏଥିସହ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ମଧ୍ୟ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ଇରାନର ମିଜାଇଲ୍ ମାଡ଼ ପରେ ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ, ଲେବାନନ ରାଜଧାନୀ ବେରୁଟର ୭ଟି ସ୍ଥାନରେ କରିଛି ଜୋରଦାର୍ ହମଲା । ତୁହାକୁ ତୁହା ଏୟାର ଷ୍ଟ୍ରାଇକ ସହ କରାଯାଇଛି ରକେଟ୍ ମାଡ଼ ।

ଆଗକୁ ଇରାନ ଉପରେ ବଡ ଧରଣର ଆକ୍ରମଣ ପାଇଁ ଚାଲିଛି ଯୋଜନା । ମଧ୍ୟପ୍ରାଚ୍ୟରେ ଗମ୍ଭୀର ହେଉଛି ଯୁଦ୍ଧ ସ୍ଥିତି l ସୁଧୁରିବା ବଦଳରେ ଜଟିଳ ରୂପ ନେଲାଣି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଫେସ୍ ଟୁ ଫେସ୍ ୱାର୍ ।

ଇରାନର ଆକ୍ରମଣ ପରେ ଚିହିଁକି ଉଠିଥିବା ଇସ୍ରାଏଲ, ବଡ଼ ଧରଣର ଆଟାକ୍ ପାଇଁ ପ୍ରସ୍ତୁତ କରୁଛି ରଣନୀତି । ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଲାଣି । ଭାରତରେ ବି ତୈଳ, ସୁନା, ଷ୍ଟକ୍ ମାର୍କେଟ ସହ ଅର୍ଥନୀତି ପ୍ରଭାବିତ ହେଲାଣି ।

Related Articles

Back to top button
WP Twitter Auto Publish Powered By : XYZScripts.com