ଜାତୀୟରାଜନୀତି

ହରିୟାଣା ଏକଜିଟ ପୋଲ: ଏଥର ଭୋଟ ବାହୁଡା ମତ ଆସିଛି

ନୂଆଦିଲ୍ଲୀ: ଆସିଛି ଭୋଟ ବାହୁଡା ମତ । ହରିୟାଣା ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌ । ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ ।

କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ । ତଦନୁଯାୟୀ ହରିୟାଣାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଥିବାବେଳେ ଜାମ୍ମୁ-କାଶ୍ମୀରରେ ଏନ୍‌ସି ନ୍ୟାସନାଲ କନ୍‌ଫରେନ୍ସ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ ଜଣାପଡୁଛି ।

ଅନ୍ୟପଟେ ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି । ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଏହି ଦୁଇ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରୁଥିବା ବେଳେ ବିଜେପିକୁ ଶକ୍ତ ଧକ୍କା ପହଞ୍ଚିଛି ।

ସେହିପରି ୧୦ ବର୍ଷ ପରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି । କଂଗ୍ରେସ ରେକର୍ଡ ୫୦ରୁ ଅଧିକ ଆସନ ଜିତି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି । ହରିୟାଣାର ବିଧାନସଭା ଆସନ ସଂଖ୍ୟା ହେଉଛି ୯୦।

ତେବେ ହରିୟାଣାରେ ସରକାର ଗଠନ କରିବାକୁ ହେଲେ ନିର୍ଦିଷ୍ଟ ଦଳ କିମ୍ବା ମେଣ୍ଟକୁ ଅତି କମରେ ୪୬ଟି ଆସନ ହାସଲ କରିବାକୁ ପଡିବ । ରିପବ୍ଲିକ ଭାରତ-ମ୍ୟାଟ୍ରିଜ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ହରିୟାଣାରେ କଂଗ୍ରେସ ୫୫ରୁ ୬୨ଟି ଆସନରେ ବିଜୟୀ ହେବ ବୋଲି କୁହାଯାଇଛି ।

ବିଜେପିକୁ ୧୮ରୁ ୨୪ଟି ଆସନ ମିଳୁଥିବାବେଳେ ଆଇଏନଏଲ (ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ)କୁ ୩ରୁ ୬, (ଜେଜେପି)ଜନନାୟକ ଜନତା ପାର୍ଟିକୁ ୨ରୁ ୫ଟି ଏବଂ ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ୨ରୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି । ଏହି ସର୍ଭେ ରିପୋର୍ଟ କଂଗ୍ରେସକୁ ଆଶ୍ବସ୍ତି ଆଣି ଦେଇଛି । ଦୀର୍ଘ ୧୦ ବର୍ଷ ପରେ କଂଗ୍ରେସ ହରିୟାଣାରେ ସରକାର ଗଠନ କରିବା ନିଶ୍ଚିତ ଜଣାପଡୁଛି ।

ଅପରପକ୍ଷରେ ଅଧିକାଂଶ ଚ୍ୟାନେଲର ସର୍ଭେ ରିପୋର୍ଟ ଜାମ୍ମୁ-କାଶ୍ମୀରରେ ଏନ୍‌ସି ଓ କଂଗ୍ରେସ ମେଣ୍ଟ ସପକ୍ଷରେ ଯାଉଥିବା ଜଣାପଡୁଛି । ଜାମ୍ମୁ-କାଶ୍ମୀର ବିଧାନସଭାର ମୋଟ ୯୦ ଆସନ ମଧ୍ୟରୁ ସରକାର ଗଠନ ନିମନ୍ତେ ୪୬ଟି ଆସନ ହାତେଇବା ଜରୁରୀ ହୋଇପଡିଛି । ମ୍ୟାଟ୍ରିଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ ଏନ୍‌ସି-କଂଗ୍ରେସ ମେଣ୍ଟ ୪୬ରୁ ୫୦ଟି ଆସନରେ ବିଜୟୀ ହେବ ବୋଲି କୁହାଯାଇଛି ।

ବିଜେପିକୁ ୨୩-୨୭ ଆସନ ମିଳୁଥିବାବେଳେ (ପିଡିପି) ପିପୁଲ୍‌ସ ଡେମୋକ୍ରାଟିକ ପାର୍ଟିକୁ ୭-୧୧ ଏବଂ ଅନ୍ୟାନ୍ୟ ଦଳଙ୍କୁ ୪-୬ ଆସନ ମିଳିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ପୂର୍ବ ନିର୍ବାଚନରେ ଏଠାରେ ବିଜେପି ଓ ପିଡିପିର ମେଣ୍ଟ ସରକାର କ୍ଷମତାରେ ରହିଥିଲା । ତେବେ ୨୦୧୯ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com