ଅନ୍ତର୍ଜାତୀୟଜାତୀୟ

ସର୍ଭେ କହୁଛି ହରିୟାଣାରେ କଂଗ୍ରେସ ସରକାର! ନେତା ଖୁସ୍, ଚିନ୍ତାରେ ହାଇକମାଣ୍ଡ!

ନୂଆଦିଲ୍ଲୀ: ଅକ୍ଟୋବର ୫ରେ ସରିଛି ହରିଆଣା ବିଧାନସଭା ନିର୍ବାଚନ । ଆସନ୍ତା ୮ରେ ବାହାରିବ ଫଳାଫଳ । ତେଣୁ କିଏ ଗଢିବ ସରକାର, ତାକୁ ନେଇ ରହିଛି ସସପେନ୍ସ । ହେଲେ ଭୋଟ୍ ଗଣତି ପୂର୍ବରୁ ଆସିଛି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହି ଫଳାଫଳ କଂଗ୍ରେସକୁ ଖୁସି କରିଦେଇଛି । ୧୦ ବର୍ଷ ପରେ ବିଜେପି ଗନ୍, କଂଗ୍ରେସ କମ୍, ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି । କାରଣ ସମସ୍ତ ଏକଜିଟ ପୋଲ୍‌ ବିଜେପିକୁ ପୋଛି ଦେଇଛି । ଏଭଳି ସ୍ଥିତିରେ, ଯଦି ଆମେ ଏକଜିଟ ପୋଲ୍‌ର ଫଳାଫଳକୁ ବିଶ୍ୱାସ କରୁ, ତେବେ କଂଗ୍ରେସ ୧୦ବର୍ଷ ପରେ ହରିୟାଣାରେ କ୍ଷମତାକୁ ଫେରୁଛି । ଅବଶ୍ୟ କଂଗ୍ରେସ ନିଶ୍ଚିତ ଭାବେ ଖୁସି ।

କିନ୍ତୁ ତାଙ୍କ ପାଇଁ ପ୍ରକୃତ ମୁଣ୍ଡବିନ୍ଧା ଅକ୍ଟୋବର ୮ପରେ ଆରମ୍ଭ ହେବ ବୋଲି କୁହାଯାଉଛି । ଯେଉଁଥିପାଇଁ ଟେନସନରେ ରାହୁଲ ଗାନ୍ଧି ଓ ହାଇକମାଣ୍ଡ ବୋଲି ଚର୍ଚ୍ଚା ହେଲାଣି । ପ୍ରକୃତରେ, ଅକ୍ଟୋବର ୮ରେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏହି ସମୟରେ ଯଦି କଂଗ୍ରେସ ଜିତେ ତେବେ ଦଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ହେବ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଭୁପେନ୍ଦ୍ର ସିଂ ହୁଡା ନିଶ୍ଚିତ ଭାବରେ ଆଗୁଆ ଅଟନ୍ତି, କିନ୍ତୁ ସେ କୁମାରୀ ଶୈଳଜା ଏବଂ ସୁରଜେୱାଲାଙ୍କ ଆହ୍ୱାନର ସମ୍ମୁଖୀନ ହେବେ । ସେଲଜା ଏବଂ ସୁରଜେୱାଲା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରୁଛନ୍ତି । ତେଣୁ ଫଳାଫଳ ପରେ ହିଁ ପ୍ରକୃତ ଖେଳ ଆରମ୍ଭ ହେବ ବୋଲି ବିଶାରଦ ମତ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com