ଓଡ଼ିଶା

ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା; ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା । କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ। ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା କର ।

୧୦ ତାରିଖ ଭିତରେ ବ୍ୟବସ୍ଥା କରିବାକୁ ସିଏମସି, ଜିଲ୍ଲା ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏଥିପାଇଁ ଆସନ୍ତା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ସିଏମ୍‌ସି ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେପଟେ ଲୋକଙ୍କ ଭିଡ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ ଓ ସୁପରିଚାଳନା କରିବା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ସର୍ବଧର୍ମ ସାଧାରଣ ପରିଷଦ ପକ୍ଷରୁ ଆଗତ ହୋଇଥିବା ଇଣ୍ଟର ଭେନିଂ ପିଟିସନର ଶୁଣାଣି କରି ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com