ଓଡ଼ିଶା

ଆଜି ବ୍ୟାଙ୍କ ଖାତାକୁ ଆସିବ ଏକ ଟଙ୍କା, ୯ରେ ଆସିବ ପୁରା ଟଙ୍କା; ସୁଭଦ୍ରା ଯୋଜନା

ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ପୁଣି ଖୁସି ଖବର । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ସୋମବାର ଅକ୍ଟୋବର ୭ରେ ଆସିବ ୧ ଟଙ୍କା । ଆଜି ୧ ଟଙ୍କା ଆସିବାର ଅଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ‘ସୁଭଦ୍ରା’ ଟଙ୍କା । ଆଜି ସୁଦ୍ଧା ପ୍ରାୟ ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ । ଏହାସହ ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି । ଅକ୍ଟୋବର ୭ ସୁଦ୍ଧା ଯାହା କ୍ଲିୟରାନ୍ସ ଆସିବ ୯ରେ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟର ଟଙ୍କା ଦିଆଯିବ ।

ଏହାକୁ ନେଇ ଆଜି ସୁଦ୍ଧା ପାଖାପାଖି ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଆଜି ସୁଦ୍ଧା ୩୨ ଲକ୍ଷ ଏମପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି । ପୂର୍ବ ସୂଚନା ମୁତାବକ, ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ହି୍ୟ ସଡିଶାରେ ସୁଭଦ୍ରା ସହାୟତା ଆରମ୍ଭ ହୋଇଥିଲା । ଯେଉଁଥିରେ ପାଖାପାଖି ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ଭାବେ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି ।

ଆସନ୍ତା ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିପାଇଁ ବାରିପଦାରେ ସଭା ଆୟୋଜିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଏହି ଟଙ୍କା ପ୍ରଦାନ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ମହିଳା ସାମିଲ ହେବେ । ଅକ୍ଟୋବର ୭ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ମହିଳାମାନେ ଏହି ଯୋଜନାରେ ସାମିଲ ହେବେ । ତେବେ ମାର୍ଚ୍ଚ ୮ ଯାଏଁ ସୁଭଦ୍ରା ଆବେଦନ ପାଇଁ ସମୟ ସୀମା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com