ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ହରିୟାଣା ଭୋଟ ଗଣତିରେ ବିଜେପି ଆଗୁଆ, ପଛୁଆ ଭିନେଶ ଫୋଗଟ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଫଳାଫଳା ଧୀରେ ଧୀରେ ଆସୁଛି। ତେବେ ଏହାରି ଭିତରେ ବଡ ଖବର ହେଉଛି ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି । ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି । ଅନ୍ୟପଟେ ହରିୟାଣାର ୯୦ଟି ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ଜୁଲାନା ଆସନରେ ପଛୁଆ ରହିଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ।

ଏଠାରେ ବିଜେପିର ଯୋଗେଶ କୁମାରେ ଆଗରେ ରହିଛନ୍ତି । ପ୍ୟାରିସ ଅଲିମ୍ପିକରେ ପଦକରୁ ଅଳ୍ପକେ ବଞ୍ଚିତ ହେବା ପରେ କୁସ୍ତିକୁ ବାଏ ବାଏ କହିଥିଲେ ଭିନେଶ । ଏହା ପରେ ପରେ ଭିନେଶ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଅଲିମ୍ପିଆନ୍ ତଥା ପୁରୁଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହିତ କଂଗ୍ରେସ ଦଳରେ ମିଶିଥିଲେ ଭିନେଶ । ଭିନେଶଙ୍କୁ ହରିଆଣା ନିର୍ବାଚନରେ ଲଢିବା ପାଇଁ ଟିକେଟ ଦେଇଥିଲା ।

ତେବେ ଏଥର କି’ଏ ଜିତିଛି ଜନତାଙ୍କ ବିଶ୍ବାସ,‘ଇଭିଏମ’ରେ କାହାକୁ ଭରସା କରିଛନ୍ତି ଜନତା ? ୫ ବର୍ଷ ପାଇଁ କାହାକୁ ମିଳିବ କ୍ଷମତାର ସିଂହାସନ ? ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ, ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ । ଉଭୟ ଜମ୍ମୁ-କାଶ୍ମୀରର ଓ ହରିୟାଣାର ମୋଟ ୯୦ଟି ଲେଖାଏଁ ବିଧାନସଭା ଆସନରେ ହୋଇଥିବା ମତଦାନର ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଛି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମଧ୍ୟାହ୍ନ ସୁଦ୍ଧା ଫଳଫଳ ସ୍ପଷ୍ଟ ହୋଇଯିବ । ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । କାହା ସପକ୍ଷରେ ଜନମତ ଯାଉଛି,ତାକୁ ହିଁ ଅପେକ୍ଷା । ଅନ୍ୟପଟେ ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି । ସମସ୍ତ ଆସନରେ ପ୍ରାୟ ୬୬.୦୨% ମତଦାନ ହୋଇଥିଲା । ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହେବା ପରଠାରୁ ଭିନେଶ ପଛୁଆ ରହିଥିବା ଦେଖାଯାଉଛି । ହେଲେ ଯଦି ଏହି ଆସନରେ ଭିନେଶ ବିଜେତା ହୁଅନ୍ତି ତେବେ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଉକ୍ତ ଆସନରେ କଂଗ୍ରେସ ଜିତିବ । ଅପରପକ୍ଷେ ମୋଟ ଆସନ କଥା ବିଚାରକୁ ନେଲେ ଏଯାବତ ଦଳକୁ ପଛରେ ପକାଇ ବିଜେପି ୪୮ ଆନରେ ଆଗୁଆ ରହିଆସୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com