Uncategorized

ପୂଜା ସାମଗ୍ରୀ ନେଇ ଯାଇଥିବା ଝିଅକୁ ଦୁଷ୍କର୍ମ ଉଦ୍ୟମ, ୨ ଗିରଫ

ଭୁବନେଶ୍ୱର: ବାବାଙ୍କୁ ଘାରିଲା ପ୍ରେମ ନିଶା । ଆଉ ମାଡି ବସିଲେ ନାବାଳିକାକୁ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡାରେ । ଘଟଣାନୁସାରେ ମଳିପଡାସ୍ଥିତ ବଳଦେବଜୀଉ ମଠକୁ ଫୁଲ ଏବଂ ତୁଳସୀ ନେଇ ଆସିଥିଲେ ଜଣେ ନାବାଳିକା । ଏହି ସମୟରେ ପୂଜାରୀ ଭାଇନା ସେହି ଝିଅକୁ ଫୁଲ ଗୁନ୍ଥିବା ପାଇଁ କହିଥିଲେ । କିନ୍ତୁ ଝିଅଟି ତାହା ନକରି ମଠରୁ ଘରକୁ ଆସିବାକୁ ବାହାରିଥିବାବେଳେ ପୂଜାରୀ ରବି ଭାଇନା ତାଙ୍କୁ ଅସଦାଚରଣ କରିଥିଲେ ।

ଏହି ଖବର ବ୍ୟାପିବା ପରେ ପୂଜାରୀ ରବିକୁ ବହେ ଛେଚିଥିଲେ ଗ୍ରାମବାସୀ । ସେହିପରି ଜୋତାମାଳ ଏବଂ ଚୂନକଳା ବୋଳିବା ସହିତ ଜୋରିମାନା ଦାବି କରିଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଥିଲେ ମଧ୍ୟ ବେଶ୍ କିଛି ସମୟ ପରିସ୍ଥିତି ଅଶାନ୍ତ ରହିଥିଲା ।

ତେବେ ଅସଦାଚରଣ ଦେଖୁଥିଲେ ମଧ୍ୟ ପ୍ରତିବାଦ କରିନଥିଲେ ମଠର ମହନ୍ତ । ବରଂ ଇଙ୍ଗିତରେ ତାଙ୍କୁ ପ୍ରବର୍ତ୍ତାଇ ଥିଲେ । ବରଂ ବାହାରେ ଏହି ଘଟଣା ନକହିବାକୁ ଧମକ ଦିଆଯାଇଥିଲା ବୋଲି ଜଙ୍କିଆ ଥାନରେ ଲିଖିତ ଅଭିଯୋଗ ଆଣିଛନ୍ତି ନାବାଳିକା ପୀଡିତା । ପୋଲିସ ୨ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com