ଜାତୀୟବାଣିଜ୍ୟ

ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ,ଦୁଇ ରାଜ୍ୟରେ ଦିନିକିଆ ଛୁଟି ଘୋଷଣା: ରତନ ଟାଟା

ନୂଆଦିଲ୍ଲୀ: ଆଉ ନାହାନ୍ତି ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା । ତାଙ୍କ ବିୟୋଗରେ ଦିନିକିଆ ଛୁଟି ଘୋଷଣା ହୋଇଛି । ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର । ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି । ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା।

ସେହିପରି ମୁମ୍ବାଇ ହେଉଛି ରତନ ଟାଟାଙ୍କ ହୋମ୍ ଟାଉନ୍। ତେଣୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଦିନିକିଆ ଶୋକ ଘୋଷଣା କରିଛନ୍ତି । ରତନ ଟାଟାଙ୍କ ସମ୍ମାନାର୍ଥେ ଏହି ଦୁଇ ରାଜ୍ୟ ଶୋକ ପାଳନ କରୁଛି । ମହାରାଷ୍ଟ୍ରରେ ସବୁ ସରକାରୀ କୋଠାରେ ଅର୍ଧନିମିତ ରହିବ ଜାତୀୟ ପତାକା । ସେହିପରି କୌଣସି ସାଂସ୍କୃତିକ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ଆୟୋଜିତ ହେବ ନାହିଁ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ରତନ ଟାଟା ଦେଶର ଅମୂଲ୍ୟ ରତ୍ନ। ସେ ଶିଳ୍ପ ତଥା ସାମାଜସେବା ତଥା ପରୋପକାର କ୍ଷେତ୍ରରେ ଦେଶ ତଥା ବିଶ୍ୱରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି, ଯାହାକୁ କେବେ ବି ଭୁଲି ହେବ ନାହିଁ। ସେ ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଥିଲେ। ତାଙ୍କ ଜୀବନ ସଫଳତାରେ ପରିପୂର୍ଣ୍ଣ ଥିଲା । ରତନ ଟାଟା ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ରାଜ କରୁଥିଲେ । ତାଙ୍କର ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ହେମନ୍ତ ସୋରେନ୍‌ ଟ୍ୱିଟ୍‌ କରି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com