ଓଡ଼ିଶା

ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ ଘୋଷଣା କରିଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ଦେବାକୁ ପଡ଼ିବନି ଭଡ଼ା । ନିଶୁଳ୍କ ହେଲା ପୂଜା ପେଣ୍ଡାଲ । ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଯାଇଛି । ଏନେଇ ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡା ଛାଡ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡା ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ।

ଏହା ଫଳରେ ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ନିମନ୍ତେ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଆଜି ମହାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ରାଜଧାନୀରେ ପ୍ରାୟ ୧୦ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ ପ୍ରଥମେ ସେ ଓଲଡ ଟାଉନର ପାଟଣାସାହି ପୂଜା ମଣ୍ଡପରେ ପହଞ୍ଚିଛନ୍ତି । ସେଠାରେ ସେ ମା’ଙ୍କ ଆର୍ଶିବାଦ ନେବା ସହ ରାଜ୍ୟବାସୀଙ୍କ ଶୁଭ ମନାସୀଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଭାଗୀୟ ମନ୍ତ୍ରୀ ମଧ୍ୟ ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ ଟ୍ୱିନ୍ ସିଟିରେ ଜମୁଛି ଦଶହରା ।

ଚାରିଆଡ଼େ ଝଲମଲ ପରିବେଶ। ବିଳମ୍ବିତ ରାତି ଯାଏ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି। କଟକରେ ସୁନା ଚାନ୍ଦିର ମେଢ଼, ଭୁବନେଶ୍ୱରରେ ଆକାଶକୁ ଛୁଇଁଲା ଭଳି ତୋରଣ ମନମୋହୁଛି। କଟକରେ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣର କେନ୍ଦ୍ର ପାଲଟିଛି ମାଙ୍କ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ସୁନା, ରୁପା ମେଢ଼ । ସୁନା ଓ ଚାନ୍ଦିରେ ଝଟକୁଛନ୍ତି ଦଶଭୂଜା । ସେହିପରି ଭୁବନେଶ୍ୱରରେ ବେଶ ଆକର୍ଷଣୀୟ ହୋଇଛି ସୁଉଚ୍ଚ ତୋରଣ। ବାହାର ଓ ଭିତର କାରୁକାର୍ଯ୍ୟ ଆଖି ଝଲସିଲା ଭଳି ହୋଇଛି ।

ବିଭିନ୍ନ ଥିମକୁ ନେଇ ତୋରଣ ନିର୍ମାଣ କରିଛନ୍ତି ପୂଜା କମିଟି। ଯାହା ଦର୍ଶକଙ୍କୁ ବିମୋହିତ କରୁଛି। ତାସାଙ୍ଗକୁ ଲାଇଟ୍ ଗେଟ୍, ଆକର୍ଷଣୀୟ ସାଜସଜ୍ଜା ପୂଜା ବୁଲା ମାହୋଲକୁ ଆଉ ଟିକେ ରଙ୍ଗୀନ କରି ଦେଉଛି। ସନ୍ଧ୍ୟା ହେଲେ ବଢୁଛି ଭିଡ଼। ଜାମ୍ ହୋଇ ଯାଉଛି ରାସ୍ତାଘାଟ। ବିଳମ୍ବିତ ରାତି ଯାଏ ମେଢ଼ ବୁଲୁଛନ୍ତି ଲୋକ। ଦେବୀଙ୍କୁ ଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନାବଜାର ବୁଲୁଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com