ଜାତୀୟମନୋରଞ୍ଜନ

୮୨ବର୍ଷରେ ପାଦ ଥାପିଲେ ବିଗ ବି ଅମିତାଭ ବଚ୍ଚନ, ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ୮୨ବର୍ଷରେ ପାଦ ଥାପିଛନ୍ତି ବଲିଉଡ ତଥା ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନ । ଜନ୍ମଦିବସ ଅବସରରେ ବିଗ୍‌‌ ବିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଜି ମଧ୍ୟ ତାଙ୍କ ଅଭିନୟର ଯାଦୁରେ ଦର୍ଶକ ବାନ୍ଧି ହୋଇରହିଛନ୍ତି । ଆକ୍ସନ, ରୋମାନ୍ସ, କମେଡି, ଟ୍ରାଜେଡି ଭଳି ସବୁ ପ୍ରକାର ଫିଲ୍ମରେ ଅମିତାଭ ଅଭିନୟ କରିଛନ୍ତି । ଯେଉଁମାନେ ଜୀବନରେ ଅସଫଳତା ପାଇବାପରେ ନିଜକୁ ଯୋଗ୍ୟ ବୋଲି ଭାବନ୍ତି ନାହିଁ ସେମାନଙ୍କ ପାଇଁ ବିଗ୍‌‌ ବି ହେଲେ ବଡ ଉଦାହରଣ ।

ଆଜି ସେ ଯେଉଁଠାରେ ବି ପହଞ୍ଚିଛନ୍ତି ତାହାକୁ ପାଇବା ପାଇଁ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ଅନ୍ୟପଟେ ଅମିତାଭ ବଚ୍ଚନଙ୍କ ପିତା ଉତ୍ତରପ୍ରଦେଶର ଥିଲେ। ସେ କାୟସ୍ତା ପରିବାରର ଥିଲେ ଏବଂ ମା’ ଶିଖ ପରିବାରରୁ ଆସିଥିଲେ। ଅମିତାଭ ବଚ୍ଚନଙ୍କ ପ୍ରକୃତ ନାମ ଥିଲା ଇନକିଲାବ ଶ୍ରୀବାସ୍ତବ, ଯାହା ପରେ ପରିବର୍ତ୍ତନ କରାଯାଇଥିଲା । ଅମିତାଭ ତାଙ୍କର ସରନେମ୍‌ ଶ୍ରୀବାସ୍ତବ ବଦଳାଇ ବଚ୍ଚନ କରିଥିଲେ ।

କୌନ ବନେଗା କରୋଡପତିରେ ସେ କହିଥିଲେ, ବଚ୍ଚନ ସରନେମ୍‌ ହେଉଛି ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଉପହାର। ଅମିତାଭ କହିଛନ୍ତି, ମୋ ବାପା ଜାତି ଦ୍ୱାରା ବାନ୍ଧି ହେବାକୁ ଚାହୁଁ ନ ଥିଲେ। ସେ ମୁକ୍ତ ହେବାକୁ ଚାହୁଁଥିଲେ। ସେ ଜଣେ କବି ଥିବାରୁ ସେ ବଚ୍ଚନ ସରନେମ୍‌ ରଖିଲେ। ସ୍କୁଲରେ ମଧ୍ୟ ଏହି ସରନେମ୍‌ ରହିଲା। ସେବେଠାରୁ ବଚ୍ଚନ ସରନେମ୍‌ ଆରମ୍ଭ ହେଲା । ମୁଁ ସୌଭାଗ୍ୟବାନ ଯେ,ଏପରି ପରିବାରରେ ଜନ୍ମ ହୋଇଥିଲି । ଅମିତାଭ ବଚ୍ଚନଙ୍କୁ କଲକି ୨୮୯୮ ଖ୍ରୀଷ୍ଟାବ୍ଦରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ଏବେ ଅମିତାଭଙ୍କୁ ତାମିଲ ଚଳଚ୍ଚିତ୍ର ଭେଟ୍ଟାୟାନରେ ଦେଖିବାକୁ ମିଳିବ। ଫିଲ୍ମ ସାତ୍‌‌ ହିନ୍ଦୁସ୍ତାନୀରୁ କ୍ୟାରିୟର ଆରମ୍ଭ କରିଥିବା ବିଗ୍‌‌ ବି ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୫ଦଶନ୍ଧୀ ଧରି ସେ ଦଶର୍କଙ୍କ ହୃଦୟରେ ରାଜ କରୁଛନ୍ତି । ଆନନ୍ଦ ଫିଲ୍ମରେ ରାଜେଶ ଖାନ୍ନାଙ୍କ ସହ ଅଭିନୟ କରି ବେଶ ସଫଳତା ପାଇବା ସହ ଏହି ଫିଲ୍ମ ପାଇଁ ବିଗ୍‌‌ ବିଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆୱାର୍ଡ ।

୧୯୭୩ରେ ଫିଲ୍ମ ଜଞ୍ଜିର ରିଲିଜ ହେବା ପରେ ସଫଳତାର ସିଡି ଚଢିବାରେ ଲାଗିଥିଲେ ଅମିତାଭ। ରାତାରାତି ପାଲଟି ଯାଇଥିଲେ ସୁପରଷ୍ଟାର । ଅମିତାଭ ନିଜ ଜୀବନରେ ସବୁବେଳେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ । ନିଜ ପିତାମାତାଙ୍କଠାରୁ ସେ ଯାହା ପାଇଥିଲେ ସେଥିପାଇଁ ସେ ନିଜକୁ ଗର୍ବିତ ମନେ କରୁଥିଲେ ଏବଂ ଖୁସିରେ ସମସ୍ତଙ୍କ ସହ ସେୟାର କରିଥିଲେ । କେବିସି ମଞ୍ଚରେ ଏଭଳି ଅନେକ ମୁହୂର୍ତ୍ତ ବିଗ୍‌‌ ବି ସେୟାର କରିଛନ୍ତି ।, ଯାହା ସମ୍ପର୍କର ଗଭୀରତାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com