ଜlମ୍ମୁ-କଶ୍ମୀର: ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ କଂଗ୍ରେସ, ସିପିଆଇ, ଆପ ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ସେ ଉପରାଜ୍ୟପାଳଙ୍କୁ ଶପଥ ଗ୍ରହଣ ସମାରୋହର ତାରିଖ ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ ଏଠି କହିରଖୁଛୁ କି, ଜlମ୍ମୁ-କଶ୍ମୀରରେରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬ । ଯଦି ଜଣେ ବିଧାୟକ ପଟ ପରିବର୍ତ୍ତନ କରିନେବେ, ତା’ହେଲେ ଏନସି ସରକାର ଭୁଶୁଡ଼ି ପଡ଼ିବ। ତେଣୁ ଗୋଟିଏ ସଶକ୍ତ ସରକାର ଚଳାଇବା ପାଇଁ ଏନସି ୬ କଂଗ୍ରେସ ବିଧାୟକ ନିଜ ସହ ରଖିବ। ସେହିପରି ୫ ମନୋନୀତ ବିଧାୟକଙ୍କୁ ଉପ ରାଜ୍ୟପାଳ ବିଧାନସଭାକୁ ମନୋନୀତ କରିଛନ୍ତି । ଏପରି ସ୍ଥିତିରେ ବିଲ୍ ପାରିତ କରିବା ପାଇଁ ବିଧାନସଭାରେ ଏନସିକୁ ୪୮ ଜଣ ସଦସ୍ୟଙ୍କ ସମର୍ଥନ ଦରକାର ପଡ଼ିବ ।
ଅନ୍ୟପକ୍ଷରେ ଜlମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନରେ ୨୯ଟି ଆସନ ଜିତିଥିବା ବିଜେପିର ବିଧାୟକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଜlମ୍ମୁ-କଶ୍ମୀରରେ ନିର୍ବାଚନ ଜିତିଥିବା ଆଉ ୩ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି । ଆଉ ଏକ ଘଟଣାକ୍ରମରେ ଏନସି ବିଧାୟକ ଦଳ ବୈଠକ ବସିଥିଲା । ସର୍ବସମ୍ମତିକ୍ରମେ ଓମାର ଅବଦୁଲ୍ଲା ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ତେଣୁ ସେ ଜlମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି ।