ଜାତୀୟରାଜନୀତି

ହରିୟାଣାରେ ୧୭ରେ ଶପଥ ନେବେ ନାୟବ ସିଂ ସୈନି

ନୂଆଦିଲ୍ଲୀ: ହରିୟାଣାରେ ସମସ୍ତ ଏକଜିଟ ପୋଲ ସର୍ଭେ ଭୁଲ୍‌ ପ୍ରମାଣିତ କରିଛି ବିଜେପି । ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୋନୀ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ସମସ୍ତ ବଡ ପଦାଧିକାରୀ ଉପସ୍ଥିତ ରହିବେ । ଅକ୍ଟୋବର ୧୭ ତାରିଖ ସକାଳ ୧୦ଟା ସମୟରେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେ କେନ୍ଦ୍ରମନ୍ତ୍ରୀ ଥିବା ମନୋହରଲାଲ୍‌ ଖଟ୍ଟର ୧୭ ତାରିଖରେ ପଞ୍ଚକୁଲାରେ ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ମାର୍ଚ୍ଚ ମାସରେ ନାୟବ ସିଂ ସୈନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ମନୋହରଲାଲ୍‌ ଖଟ୍ଟରଙ୍କ ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ହରିୟାଣାରେ ତୃତୀୟଥର ପାଇଁ ବିଜେପି ଶାସନ ଭାର ଗ୍ରହଣ କରିବ । ୯୦ଟି ଆସନରୁ ବିଜେପି ୪୮ଟିରେ ବିଜୟ ଲାଭ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି । ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମଞ୍ଜୁରୀ ମିଳିସାରିଛି । ଶପଥ ଗ୍ରହଣ ସମାରୋହରେ ପ୍ରାୟ ୫୦ ହଜାର ଲୋକ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ଏହି ସମାରୋହରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ଅନେକ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ ।

ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତୃତ୍ୱଙ୍କ ସହ ଦଳର ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସୂଚନା ଅନୁଯାୟୀ ହରିୟାଣା ସରକାରଙ୍କ ନୂତନ କ୍ୟାବିନେଟରେ ଅନିଲ ବିଜ, କୃଷ୍ଣ ଲାଲ ମିଣ୍ଢା, ଶ୍ରୁତି ଚୌଧୁରୀ, ଅରବିନ୍ଦ କୁମାର ଶର୍ମା, ବିପୁଲ ଗୋୟଲ, ନିଖିଲ ମଦନ ସ୍ଥାନ ପାଇପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com