ଓଡ଼ିଶା

ଆଜି ମହାମାୟାଙ୍କ ପୀଠରେ ଦଶମୀ,ମଣ୍ଡପରେ ନବମୀ ପୂଜା ଚାଲିଛି

ଭୁବନେଶ୍ୱର: ମଣ୍ଡପରେ ଜଗତ ଜନନୀ ମହାମାୟା ମା ଦୁର୍ଗା । ଆଜି ମlଙ୍କ ମହାନବମୀ ପୂଜା ଚାଲିଛି । ମଣ୍ଡପରେ ମା’ଙ୍କର ମହାନବମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କର ଚାଲିଛି ମହାଦଶମୀ ପୂଜା । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ଷୋଡ଼ଶ ଉପଚାରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।

ସେପଟେ ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ମହା ଦଶମୀ ପୂଜା ଅନୁଷ୍ଠିତ ହେଉଛି । ସେହିପରି ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୁରା ସହର। କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ । ଅଧିକ ସୁନ୍ଦର ହୋଇଛି ଏଲଇଡିରେ କାର୍ଟୁନ ଓ ମୂର୍ତ୍ତି ।

ଡ୍ରାଗନ୍, ପ୍ରଜାପତି, ମାଛ ଓ ହଂସ ଭଳି ବିଭିନ୍ନ ଲାଇଟ୍ କାର୍ଟୁନରେ ଚଳିତବର୍ଷ ଲାଇଟ୍ ଗେଟ୍ ତିଆରି କରିଛନ୍ତି ପୂଜା କମିଟି କର୍ମକର୍ତ୍ତା । ଚହଟା ଛକ, ଖାନନଗର, ରାଣୀହାଟ, କଲେଜ ଛକ, ଯୋବ୍ରା, ବଜ୍ରକବାଟି ଆଦି ସ୍ଥାନରେ ଆକର୍ଷଣୀୟ ଲାଇଟ ଗେଟ୍ ନିର୍ମାଣ ହୋଇଛି। ଆକର୍ଷଣୀୟ ତୋରଣ ସାଂଗକୁ ସୁନା ଚାନ୍ଦି ମେଢ ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼। ମହାଦଶମୀ ପୂଜା ସହିତ ରାତିରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com