ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା; ଯାତ୍ରୀଙ୍କୁ ଆଉ ଦେବାକୁ ପଡ଼ିବନି ଟୋଲ୍ ଫି
ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା । ଏଣିକି ମୁମ୍ଵାଇକୁ ମିଳିବ ଫ୍ରି ଏଣ୍ଟ୍ରି । ମୁମ୍ଵାଇକୁ ଏଣ୍ଟ୍ରି କରିବାକୁ ଥିବା ୫ଟି ଟୋଲ୍ ଗେଟ୍ରେ ହାଲୁକା ଯାନର ଟୋଲ୍ ଫି ଛାଡ଼ କଲେ ସରକାର । ଏହି ନିୟମ ସୋମବାର ରାତି ୧୨ଟାରୁ ଲାଗୁ କରାଯିବ। ସିନ୍ଦେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଘୋଷଣା ପରେ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ଆନନ୍ଦନଗର ଟୋଲ୍ ଗେଟ୍ରେ ପ୍ରବେଶ ଶୁକ୍ଳ ଛାଡ଼ କରାଯିବ । ଏହି ସବୁ ଟୋଲ୍ ଗେଟ୍ରେ ହାଲୁକା ଯାନ ଗୁଡ଼ିକ ବିନା ପ୍ରବେଶ ଶୁକ୍ଳରେ ଯାଇପାରିବେ ।
ସୂଚନା ଅନୁସାରେ, ଖୁବ୍ଶୀଘ୍ର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବ। ଏହା ପୂର୍ବରୁ ଏକନାଥ ସିନ୍ଦେଙ୍କ ସରକାର ଜନତାଙ୍କୁ ଆକର୍ଷିତ କରିବାକୁ ବଡ଼ ଘୋଷଣା କରିଛନ୍ତି । ମୁମ୍ଵାଇକୁ ଏଣ୍ଟ୍ରି କରିବାକୁ ଥିବା ସମସ୍ତ ଟୋଲ୍ ଗେଟ୍ ଗୁଡିକରେ ହାଲୁକା ଯାନ ଗୁଡିକର ପ୍ରବେଶ ଶୁକ୍ଳ ଛାଡ କରିଛନ୍ତି । ଏହାଦ୍ଵାରା ବହୁ ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଥାନେରୁ ବିଧାୟକ ଅଛନ୍ତି ।
ସେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଟୋଲ୍ ଫି ଛାଡ କରିବାକୁ ବହୁ ଥର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଆଗକୁ ଆଉ ହାଲୁକା ଯାନଙ୍କୁ ଟୋଲ୍-ଗେଟ୍ ଆଗରେ ଧାଡ଼ି ଦେଇ ଛିଡ଼ା ହେବାକୁ ପଡ଼ିବ ନାହିଁ । ପାଞ୍ଚଟି ବୁଥ- ଦହିସାର, ଏଲବିଏସ୍ ରୋଡ୍-ମୁଲୁନ୍ଦ, ଇଷ୍ଟର୍ନ ଏକ୍ସପ୍ରେସ ହାଇୱେ-ମୁଲୁନ୍ଦ, ଏୟାରୋଲି କ୍ରିକ୍ ବ୍ରିଜ୍ ଏବଂ ଭାସିରେ କୌଣସି ଟୋଲ୍ ଶୁଳ୍କ ନ ଦେଇ ଯାଇପାରିବେ ।
ଟୋଲ୍-ଫି ଛାଡ଼ ହୋଇଥିବା ହାଲୁକା ଯାନଗୁଡ଼ିକ ହେଉଛି- କାର, ଜିପ୍, ଭ୍ୟାନ୍ ଏବଂ ମିନି ଟ୍ରକ୍। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରକୁ ଦୈନିକ ଛଅ ଲକ୍ଷରୁ ଅଧିକ ଯାନ ମୁମ୍ବାଇ ଦେଇ ଯାଏ । ସେଥିମଧ୍ୟରୁ ୮୦ ପ୍ରତିଶତ ହାଲୁକା ମୋଟର ଯାନ ରହିଛି । ମହାରାଷ୍ଟ୍ର ମନ୍ତ୍ରୀ ଦାଦାଜୀ ଦାଗଦୁ ଭୁସେ କହିଛନ୍ତି ଯେ, ମୁମ୍ବାଇର ଟୋଲ୍-ଗେଟ୍ ପ୍ରବେଶ ପାଇଁ ପୂର୍ବରୁ ୪୫ରୁ ୭୫ ଟଙ୍କା ନିଆଯାଉଥିଲା। ଆଗକୁ କୌଣସି ବି ହାଲୁକା ଯାନ ପାଇଁ ଏହି ଶୁଳ୍କ ନିଆଯିବ ନାହିଁ ।