ଓଡ଼ିଶାରାଜନୀତି

ବିଜେଡ଼ି ପାଇଁ ଅମର ଶତପଥୀଙ୍କ ବଡ଼ ଭବିଷ୍ୟବାଣୀ, କଣ ଜାଣନ୍ତୁ

ଭୁବନେଶ୍ବର: ତେଜୁଛି ବିଜେଡି ଅନ୍ତଃ କଳି । ବିଜେଡି ନେତାଙ୍କ ବୟାନ ବାଜିକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେଡି ପରାଜୟକୁ ନେଇ ପ୍ରଶ୍ନ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଦଳ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆଗକୁ ବିଜେଡିରେ ଅନେକ କିଛି ଘଟିବାକୁ ଯାଉଛି । ବହୁ ନେତା ବିଜେଡି ଛାଡିବେ ବୋଲି ଅମର କହିଛନ୍ତି । ଅନ୍ୟପଟେ  ଅମରଙ୍କ ବୟାନକୁ ନେଇ ଗତ କିଛି ଦିନ ହେଲା କଥା କଟାକଟି ଚାଲିଛି । ଅମର ଚାହିଁଲେ ଦଳ ଛାଡି ଯାଇପାରିବେ ବୋଲି କହିଥିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଜବାବରେ ଦଳରେ ନଥିବା କହିଥିଲେ ଅମର । ଏବେ ପୁଣି ଅମର ଭବିଷ୍ୟବାଣୀ କରିଛନ୍ତି ।

ଅନ୍ୟପଟେ ଅମର ଆଉ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି । ଏହି କିଛିଦିନ ତଳେ ଦଳର ବରିଷ୍ଠ ନେତା ଲେନିନ ମହାନ୍ତି ଅମରଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଥିଲେ । ସେ କହିଥିଲେ, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ । ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ’ ସଭ୍ୟପଦ ନବୀକରଣ ବି କରିନାହିଁ । କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି । ଲେନିନଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି । ମୋ ପୁତୁରା କେହି ବିଜେପିକୁ ଯାଇନାହାନ୍ତି l ସେ ନାଁ କହିଲେ ଭଲ ହେବ । ବିଜେପି ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି । କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com