ଓଡ଼ିଶା

ରାଜଧାନୀର ଏହି ଅଞ୍ଚଳମାନଙ୍କରେ ୨୪ଘଣ୍ଟା ଆସିବନି ପାନୀୟ ଜଳ, କେବେ ଠାରୁ ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀରେ ୨୪ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ । ଭୁବନେଶ୍ବରର ଅଧିକାଂଶ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍‌ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ । ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍‌କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଜଳ ଯୋଗାଣ ବନ୍ଦ ରହିବାକୁ ଥିବା ଅଞ୍ଚଳ ଗୁଡ଼ିକ ହେଲା ପୋଖରୀପୁଟ୍‌, ଘାଟିକିଆ, ହାଇ ଲେଭେଲ୍‌ ଟ୍ୟାଙ୍କ, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର । ଏହି ସବୁ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିବ । ଏଥିରେ ସହଯୋଗ କରନ୍ତୁ ଏବଂ ଆପଣଙ୍କ ଅସୁବିଧା ପାଇଁ ଆମେ ଦୁଃଖତ ବୋଲି ପ୍ରେସ୍‌ ରିଲିଜ୍‌ ଜାରି କରି ଦୁଃଖ ପ୍ରକାଶ କରିଛନ୍ତି ୱାଟ୍‌କୋ-୧ ମହାପ୍ରବନ୍ଧକ ।

Related Articles

Back to top button
WP Twitter Auto Publish Powered By : XYZScripts.com