ଓଡ଼ିଶା

ଠାବ ହେଲେ ନକଲି କଲ ସେଣ୍ଟର; ପୁଲିସ କବଜାରେ ୬ଜଣ ଅଟକ,

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଦେଖା ଦେଇଛି l ଯାହାକି ପୁଲିସଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି l ଯାହାକି ଆଜି ପୁଣି ରାଜଧାନୀରେ ଏକ ନକଲି କଲ ସେଣ୍ଟର ଠାବ କରାଯାଇଛି । ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଏକ ନକଲି କଲ ସେଣ୍ଟର ଠାବ କରାଯାଇଛି । ଉକ୍ତ ଆପାର୍ଟମେଣ୍ଟରେ ସାଇବର ଠକେଇ କରିବା ପାଇଁ ପ୍ଲାନ କରାଯାଉଥିଲା । ଏହି ଅବସରରେ ପୁଲିସ ସେଠାରେ ଚଢ଼ଉ କରି ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ କରିଛି ।

ଏଥିସହ କିଛି ମୋବାଇଲ ଓ ଲାପଟପ ଜବତ କରି ପୁଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । କାଞ୍ଚନ ଟାୱାର ଆପାର୍ଟମେଣ୍ଡରେ ଦ୍ବିତୀୟ ମହଲାରେ ଥୂବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ସାଇବର ଟିମ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଆପାର୍ଟମେଣ୍ଟରେ ନକଲି କଲ୍ ସେଣ୍ଟର ଚାଲିଥିବା ଜଣାପଡ଼ିଥିଲା । ଏହି କଲ୍ ସେଣ୍ଟରରେ ଲୋକମାନଙ୍କୁ ଫେକ୍ କଲ୍ କରଯାଇ ଚୁନ ମାରୁଥିଲେ ସାଇବର ଲୁଟେରା ।

ଏଥିସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ କରିଛି ପୁଲିସ । ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ କଲ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ଅଟକ ରଖାଯାଇଛି । ସମସ୍ତ ୬ ଜଣ କୋଲକାତା ଅଞ୍ଚଳର । ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ଜେରା କରାଯିବ । ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମର ସହଯୋଗ ନିଆଯାଉଛି । ଏମାନେ ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ ପଠାଇ ଠକୁ ଥିଲେ l ତେବେ ଏହି ସାଇବର ଠକ କଲ ସେଣ୍ଟରର ମୂଳ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି l ଏବଂ ଏହି ରାକେଟ ମୂଳ ସୂତ୍ରଧର ମାନଙ୍କୁ କେବେ ଧରିବ ପୁଲିସ ? ସେହି ସମୟକୁ ସମସ୍ତଙ୍କ ଅପେକ୍ଷା l

Related Articles

Back to top button
WP Twitter Auto Publish Powered By : XYZScripts.com