ଜାତୀୟ

ନଭେମ୍ବର ୧୧ ତାରିଖରୁ ଜଷ୍ଟିସ ସଞ୍ଜୀବ ଖାନ୍ନା ପ୍ରଧାନ ବିଚାରପତି ହେବେ,

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ସଞ୍ଜୀବ ଖନ୍ନା । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ସୁପାରିଶ ପଠାଇଛନ୍ତି । ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ ନଭେମ୍ବର ୧୦ ତାରିଖ ୨୦୨୪ ରେ ଅବସର ନେଉଛନ୍ତି । ନଭେମ୍ବର ୧୧ ତାରିଖରୁ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ପ୍ରାୟ ୬ ମାସ ହେବ । ଜଷ୍ଟିସ ସଞ୍ଜୀବ ଖାନ୍ନା ଆସନ୍ତା ବର୍ଷ ମଇ ୧୩ ତାରିଖ ୨୦୨୫ ରେ ଅବସର ନେବେ।

ଏହାପୂର୍ବରୁ ଗତ ଶୁକ୍ରବାର ଦିନ କେନ୍ଦ୍ର ସରକାର CJIକୁ ଏକ ଚିଠି ଲେଖି ତାଙ୍କୁ ସ୍ମାରକପତ୍ର ପ୍ରକ୍ରିୟା ଅନୁଯାୟୀ ପଠାଇବାକୁ କହିଥିଲେ । ସୂଚନା ମୁତାବକ, ଜଷ୍ଟିସ ସଞ୍ଜୀବ ଖାନ୍ନା ମଇ ୧୪ ତାରିଖ ୧୯୬୦ ରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୩ ମସିହାରେ ଦିଲ୍ଲୀ ବାର୍ କାଉନସିଲରେ ଆଡଭୋକେଟ୍ ଭାବରେ ପଞ୍ଜୀକୃତ ହୋଇଥିଲେ । ସେ ପ୍ରଥମେ ତିସ୍ ହଜାରୀ କମ୍ପ୍ଲେକ୍ସରେ ଅବସ୍ଥିତ ଜିଲ୍ଲା କୋର୍ଟରେ ଅଭ୍ୟାସ କରିଥିଲେ ଏବଂ ପରେ ଦିଲ୍ଲୀ ହାଇକୋର୍ଟ ଏବଂ ଟ୍ରିବ୍ୟୁନାଲକୁ ଯାଇଥିଲେ ।

ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ। ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

ସେ ୧୭ ଜୁନ୍ ୨୦୨୩ ରୁ ୨୫ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ସେବା କମିଟିର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଚେୟାରମ୍ୟାନ୍ ତଥା ଭୋପାଳର ଜାତୀୟ ଜୁଡିସିଆଲ୍ ଏକାଡେମୀର ପରିଚାଳନା ପରିଷଦର ସଦସ୍ୟ ଅଛନ୍ତି । ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଗାକୁ ସେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com