ଜାତୀୟରାଜନୀତି

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଏଇ ତାରିଖରୁ ପ୍ରାର୍ଥୀପତ୍ର ଅନ୍‌‌ଲାଇନ୍‌‌ ଆବେଦନ ଆରମ୍ଭ, ଜାଣନ୍ତୁ

ମୋବାଇଲ ନ୍ୟୁଜ 24×7: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଆସିଲା ବଡ଼ ଖବର l ଏନେଇ ନିର୍ବାଚନ ଆୟୋଗ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛନ୍ତି l ତେବେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର ୧୩ ତାରିଖରେ ୪୩ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ନାମାଙ୍କନପତ୍ର ଦାଖଲ କରିବା ଲାଗି ଚଳିତ ଅକ୍ଟୋବର ମାସ ୨୫ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ଆସନ୍ତା ୨୮ରେ ପ୍ରାର୍ଥୀପତ୍ର ଯାଞ୍ଚ୍‌‌ ଓ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ଝାଡ଼ଖଣ୍ଡ ବିଧାନସଭା ନିମନ୍ତେ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ନଭେମ୍ବର ୨୦ ତାରିଖରେ ହେବାକୁ ଥିବାବେଳେ ସମସ୍ତ ପର୍ଯ୍ୟାୟର ଭୋଟ୍‌‌ ଗଣତି ୨୩ ତାରିଖରେ କରାଯିବ । ତେବେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ନାମାଙ୍କନପତ୍ର ଦାଖଲ ନିମନ୍ତେ ଅନ୍‌‌ଲାଇନ୍‌‌ ବ୍ୟବସ୍ଥା ବିଷୟ ଘୋଷଣା କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବିକୁମାର କହିଛନ୍ତି ଆଶାୟୀ ପ୍ରାର୍ଥୀମାନେ ଅନ୍‌‌ଲାଇନ୍‌‌ ପୋର୍ଟାଲ suvidha.eci.gov.inରେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଅନ୍‌‌ଲାଇନ୍‌‌ ଫର୍ମ ପୂରଣ କରିବା ସହ ଅନଲାଇନ ଜରିଆରେ ଜମାରାଶି ଓ ଶପଥପତ୍ର ମଧ୍ୟ ପ୍ରଦାନ କରାଯାଇପାରିବ। ନାମାଙ୍କନପତ୍ର ପୂରଣ ପରେ ତାହାର ପ୍ରିଣ୍ଟଆଉଟ୍‌‌ ନେଇ ପ୍ରାର୍ଥୀମାନେ ନୋଟାରୀଙ୍କ ନିକଟରୁ ଆବଶ୍ୟକ ସତ୍ୟପାଠ ଆଣିଲା ପରେ ରିଟର୍ଣ୍ଣି ଅଧିକାରୀଙ୍କ ନିକଟରେ ଜମା କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com