ଅନ୍ତର୍ଜାତୀୟଜାତୀୟ

କେଇ ସେକେଣ୍ଡରେ ଆମେରିକାକୁ ଥରାଇଦେଲେ ଭାରତୀୟ ଯୁବକ

ଟ୍ରକ୍ ଚଢ଼ାଇ ଭାଙ୍ଗିଦେଲେ ହ୍ୱାଇଟ୍ ହାଉସ୍ ପାଚେରି, ଭାରୀ ପଡ଼ିଲା ବେଆଇନ କାର୍ଯ୍ୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସମୟ ଥଲା ବୁଧବାର ସକାଳ । ହଠାତ ମାଡି ଆସିଲା ଏକ ଟ୍ରକ୍ । କେହି କିଛି ବୁଝିବା ପୂର୍ବରୁ ଭାଙ୍ଗିଦେଲା ରାଷ୍ଟ୍ରପତି ଭବନର ପାଚେରି । ବେଶ୍ କିଛି ସମୟ ଧରି ରଚିଥିଲା ତାଣ୍ଡବଲୀଳା । ଆଉ ଏ ଦୃଶ୍ୟ ଦେଖି ଶିହରି ଉଠିଥଲେ ପ୍ରତ୍ୟେକ ଆମେରିକୀୟ । ସାଙ୍ଗେ ସାଙ୍ଗେ ଦୌଡ଼ି ଆସି ଟ୍ରକକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ । ଆଉ ଟ୍ରକ ଭିତରୁ ବାହାରିଥିଲେ ଜଣେ ଯୁବକ । ଏହି ଘଟଣା ଘଟିଛି ଆମେରିକାରେ । ଆଉ ଏପରି କାଣ୍ଡ ଘଟାଇଛନ୍ତି ଜଣେ ୧୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବ । ଏହି ଯୁବକଙ୍କ ନାମ ହେଉଛି ବରଶିଥ କଂଡୁଲା ।

ଏହି ଖବର ପ୍ରଚାରିତ ହେଲାପରେ ସ୍ତବ୍ଧ ହୋଇଯାଇଛି ସାରା ବିଶ୍ୱ । ତେବେ ପୁଲିସ ପଚରାଉଚରା ପରେ ଅଭିଯୁକ୍ତ ଯୁବକ ଯେଉଁ ତଥ୍ୟ ଦେଇଛନ୍ତି ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଭିଯୁକ୍ତ ବରଶିଥ କହିଛନ୍ତି ଯେ, ମୁଁ ବାଇଡେନଙ୍କୁ ମାରିଦେବାକୁ ଚାହେଁ । ସେଥିପାଇଁ ମୁଁ ଏପରି କରିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତି ଜୋ ବାଇଡେନ । ଯିଏ ସବୁବେଳେ ହାଇ ସିକ୍ୟୁରିଟିରେ ରହିଥାନ୍ତି । ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କେମିତି ଭେଦ କରାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକା କୌଣସି ସାଧାରଣ ଦେଶ ନୁହେଁ ଯେ, ଏହା ଉପରେ ବା ଏହାର ରାଷ୍ଟ୍ରପତିଙ୍କ ଉପରେ ସହଜରେ ଆକ୍ରମଣ କରାଯାଇପାରିବ । ଆକ୍ରମଣ କରିବା ତ ଦୂରର କଥା ଏକଥା ଭାବିବାକୁ ମଧ୍ୟ ଅନେକ ଦେଶ ଡରିବେ । ତେବେ ପୂରା ଘଟଣା ଥିଲା ଏହିପରି । ବରଶିଥ ଜଣେ ଟ୍ରକ୍ ଡ୍ରାଇଭର । ବୁଧବାର ସକାଳେ ହ୍ୱାଇଟ ହାଉସ ପାଖରେ ରହିଥିବା ବ୍ୟାରିୟରକୁ ଜାଣିଶୁଣି ଟ୍ରକ ଚଢାଇ ଭାଙ୍ଗିଥିଲେ । ଏହାପରେ ତାଙ୍କୁ ତୁରନ୍ତ କାବୁ କରିଥିଲେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ । ତେବେ ପୁଲିସ ପଚରାଉଚରା ବେଳେ ସେ ବାଇଡେନଙ୍କୁ ମାରିଦେବାକୁ ଚାହାନ୍ତି ବୋଲି କହିଥିଲେ । ସେଥିପାଇଁ ସେ ମାଲ ଭର୍ତ୍ତି ଟ୍ରକକୁ ହ୍ୱାଇଟ ହାଉସ ବ୍ୟାରିୟର ଉପରେ ଚଢାଇ ଭାଙ୍ଗିଥିବା କହିଛନ୍ତି । ବରଶିଥ ଲାଫୟେତ ପାର୍କର ଉତ୍ତର ପଟେ ଥିବା ବ୍ୟାରିୟର ଉପରେ ଟ୍ରକ ଚଢାଇ ଦେଇଥିଲେ । ତେବେ ଅଭିଯୁକ୍ତ ଯୁବକ ଜଣକ ସତ କହୁଛି କି ନାହିଁ, ଏହା ପଛରେ ଆଉ କଣ କାରଣ ଅଛି କି ନାହିଁ ଏହାର ତଦନ୍ତ ଜାରି ରଖିଛି । ସେପଟେ ଏହି ଘଟଣାପରେ ବାଇଡେନଙ୍କ ସୁରକ୍ଷାକୁ ନେଇ ଆମେରିକା ଅଧିକ ଆଲର୍ଟ ହେବା ସହ ହ୍ୱାଇଟ ହାଉସର ଆଖପାଖରେ ତୀକ୍ଷ୍ଣ ନଜର ରଖିଛି । ତେବେ ଏଭଳି ଜଘନ୍ୟ ତଥା ବେଆଇନ କାର୍ଯ୍ୟ କରିବାକୁ ବିଶ୍ଵ ବ୍ୟାପି ନିନ୍ଦା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com