ମୁମ୍ବାଇ-ଦିଲ୍ଲୀ ବିମାନବନ୍ଦରରେ ସତର୍କତା ଜାରି: ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ
ନୂଆଦିଲ୍ଲୀ: ବିମାନ ସେବାକୁ ବୋମା ଧମକ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଆଜି ପୁଣି ପାଞ୍ଚଟି ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି । ଇଣ୍ଡିଗୋ କହିଛି ଯେ, ମୁମ୍ବାଇରୁ ଇଂସ୍ତାବୁଲ ପର୍ଯ୍ୟନ୍ତ ବିମାନ ନମ୍ବର ୬E୧୭ ସହ ଜଡିତ ପରିସ୍ଥିତି ବିଷୟରେ ଅବଗତ ଅଛି । କମ୍ପାନୀ କହିଛି ଯେ, “ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଆମେ ସମ୍ପୃକ୍ତ ଅଧିକାରୀଙ୍କ ସହ ନିବିଡତାର ସହ କାର୍ଯ୍ୟ କରୁଛୁ । ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସମସ୍ତ ସତର୍କତା ଅବଲମ୍ବନ କରୁଛୁ।” ସୋମବାର ଠାରୁ ୭୦ ରୁ ଅଧିକ ବିମାନରେ ବୋମା ଧମକ ଆସିଛି ।
ଏହାପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ଦିଆଯାଇଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍ IX ୧୯୬ ରେ ଇମେଲ ମାଧ୍ୟମରେ ଏକ ବୋମା ଧମକ ମିଳିଥିଲା କ୍ଷ ଯେଉଁଥିରେ ୧୮୯ ଜଣ ଯାତ୍ରୀ ଥିଲେ । ଏହି ବିମାନଟି ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ରାତି ୧:୨୦ ରେ ଅବତରଣ କରିଥିଲା । ତେବେ ବିମାନର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ କୌଣସି ସନ୍ଦେହଜନକ ତଥ୍ୟ ମିଳି ନଥିଲା । ଏହାପୂର୍ବରୁ ତିନୋଟି ଅନ୍ତର୍ଜାତୀୟ ବିମାନରେ ବୋମା ଧମକ ମିଳିଥିଲା କ୍ଷ ଯାହା ପରେ ଗୁଜବ ବୋଲି ଜଣାପଡିଥିଲା । ସତର୍କତା ଅବଲମ୍ବନ କରି ଏକ ବିମାନର ମାର୍ଗ ପରିବର୍ତ୍ତନ କରି ଫ୍ରାଙ୍କଫର୍ଟକୁ ପଠାଯାଇଥିଲା ।