ଜାତୀୟ

ଆଜି ମାଡ ହେବ ସୌରଝଡ ! ବନ୍ଦ ହୋଇପାରେ ଜିପିଏସ, ରେଡିଓ ଏବଂ ସାଟେଲାଇଟ୍

ନୂଆଦିଲ୍ଲୀ: ପୃଥିବୀକୁ ମାଡି ଆସୁଛି ବିପଦ । ମଙ୍ଗଳବାର ଅର୍ଥାତ ଆଜି ଏକ ସୌରଝଡ ଆଶଙ୍କା ରହିଛି । ଯାହା ପୃଥିବୀ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ମହାକାଶ ବିଜ୍ଞାନୀ ଡ. ତାମିଥା ସ୍କୋଭଙ୍କ କହିବାନୁସାରେ, ସୂର୍ଯ୍ୟରୁ ସାପ ଆକୃତିର ଏକ ସୋଲାର ଫ୍ଲେୟାର ପୃଥିବୀରେ ମାଡ ହେବ । ଏଥିରେ ଅନେକ ସାଟେଲାଇଟ୍ ପ୍ରଭାବିତ ହୋଇପାରେ । ଜିପିଏସ, ଟିଭି ଓ ରେଡିଓ ସେବା ପ୍ରଭାବିତ ହେବ । ଏହି ସୋଲାର ଫ୍ଲେୟାରରୁ ଇଲେକ୍ଟ୍ରିକ୍ ମ୍ୟାଗନେଟିକ୍ ରେଡିଏସନ୍ ଓ ତାତି ବହୁତ ବଢି ଯିବ । ପୃଥିବୀରେ ତାତି ନବଢିଲେ ମଧ୍ୟ ଇଲେକ୍ଟ୍ରିକ୍ ମ୍ୟାଗନେଟିକ୍ ରେଡିଏସନ୍ ପୃଥିବୀର ମ୍ୟାଗନେଟିକ୍ ଫିଲ୍ଡ ଉପରେ ପ୍ରଭାବ ପକାଇବ । ଏହାଦ୍ୱାରା ମୋବାଇଲ ସିଗନାଲ୍ ବନ୍ଦ ହୋଇପାରେ ।

solar storm

ବୈଜ୍ଞାନିକଙ୍କ କହିବାନୁସାରେ, ଏବେ ସୂର୍ଯ୍ୟ ଖୁବ୍ ସକ୍ରିୟ ରହୁଛନ୍ତି । ତେଣୁ ଚୁମ୍ବକୀୟ ଝଡ ଆସିପାରେ । ଯାହାଙ୍କୁ ବୈଜ୍ଞାନିକଙ୍କ ଭାଷାରେ ଏମ୍ କ୍ଲାସ୍ ଓ ଏକ୍ସ କ୍ଲାସ୍ କୁହାଯାଏ । ଏହା ଆଗାମୀ ୮ ବର୍ଷ ଯାଏଁ ରହିପାରେ । ତେଣୁ ସୌରଝଡ ଆସିବାର ସମ୍ଭାବନା ରହିଛି ।

ଘଣ୍ଟା ପ୍ରତି ଲକ୍ଷଲକ୍ଷ କିମି ଗତିରେ ଆସିଥାଏ ଝଡ

ସୂର୍ଯ୍ୟରେ ଥିବା କରୋନାଲ ମାସ୍ ଇଜେକ୍ସନ୍ ପାଇଁ ବିସ୍ଫୋରଣ ହୋଇଥାଏ । ଫଳରେ କୋଟିକୋଟି ଚାର୍ଜ ପାର୍ଟିକିଲ୍ ବିଚ୍ଛୁରିତ ହୋଇଥାଏ । ଏହା ପୃଥିବୀ ସହ ସିଧା ଧକ୍କା ହୋଇଥାଏ । ଏନେକ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com