Breaking NewsFeaturedଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ରେସଲରଙ୍କୁ ଦୁର୍ବ୍ୟବହାର, ସହି ପାରିଲେନି ବିଶ୍ୱକପ୍ ବିଜୟୀ କ୍ରିକେଟର୍, ଚେତେଇ ଦେଲା ୧୯୮୩ ଟିମ୍

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବର୍ତ୍ତମାନ ସମୟରେ କ୍ରୀଡ଼ାବିତ ଓ ସରକାରଙ୍କ ମଧ୍ୟରେ ଲାଗି ରହଥିବା ତୁମୁଳକାଣ୍ଡକୁ ନେଇ ପୂରାଦେଶ ଉଠୁଛି ପଡୁଛି । ଦେଶର ଗର୍ବ ଆଉ ଗୌରବ କୁସ୍ତି ଯୋଦ୍ଧାମାନେ ଏବେ ପ୍ରଶାସନ ସହ ଆରପାର ଲଢେଇ ଲଢୁଛନ୍ତି । ରେସଲରଙ୍କ ସମର୍ଥନରେ ଅନେକ କ୍ରୀଡ଼ାବିତଙ୍କ ସମେତ ଖାପ ପଞ୍ଚାୟତ ଓ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇ ସାରିଲେଣି । ଆଉ ଏବେ ୧୯୮୩ ମସିହାରେ ବିଶ୍ୱକପ ଜିତିଥିବା କପିଲବାହିନୀ ବି ବାହାରିଲେଣି କୁସ୍ତସ୍ତେଯାଦ୍ଧାଙ୍କ ସମର୍ଥନରେ ।

୧୯୮୩ ଟିମ୍ ପ୍ରଶ୍ନ କରିଛନ୍ତି ଯେ କାହିଁକି ଦେଶର ସୁନାମଧନ୍ୟ ମହିଳା କୁସ୍ତି ଯୋଦ୍ଧାଙ୍କୁ ଏଭଳିି ସର୍ବ ସାମ୍ନାରେ ଦୁର୍ବ୍ୟବହାର କରାଗଲା । କାହିଁକି ତାଙ୍କୁ ତଳେ ପକାଇ ପୁଲିସ ଜବରଜସ୍ତ ଟେକି ନେଲା ହାଜତ ଭିତରକୁ । କାହିିଁକି ରାତି ଅଧିଆ ପୁଲିସ ଲଗାଇ ସେମାନଙ୍କ ଟେଣ୍ଟ ଭାଙ୍ଗିବା ସହ ସେମାନଙ୍କୁ ଜୋରଜବରଜସ୍ତ ହଟାଇ ଦିଆଗଲା ଧାରଣାସ୍ଥଳୀରୁ । କାହିଁକି ଦେଶର ଗର୍ବ ଆଉ ଗୌରବମାନଙ୍କୁ ଏମିତି ଅସମ୍ମାନ କରାଯାଉଛି । ଅଶୀ ଦଶକରେ ଭାରତକୁ ବିଶ୍ୱ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏଇ କିମ୍ବଦନ୍ତୀ କ୍ରିକେଟରମାନେ ଗଙ୍ଗାରେ ନିଜ ମେଡାଲ ନ ଭସାଇବାକୁ ରେସଲରମାନଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ଏକଥା ବି କହିଛନ୍ତି କୁସ୍ତି ଯୋଦ୍ଧାଙ୍କ ନ୍ୟାୟ ପାଇଁ ୮୩ ବିଶ୍ୱକପ ବିଜେତା ଟିମ ଦରକାର ପଡିଲେ ରାସ୍ତାକୁ ବି ଓହ୍ଲାଇବ । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପ୍ରତି ଅସମ୍ମାନ ତଥା ନିର୍ଯାତନାକୁ କେବେ ହେଲେ କୌଣସି ପରିସ୍ଥିତିରେ ବି ବରଦାସ୍ତ କରାଯିବନି ବୋଲି କହିଛି ଏହି କିମ୍ବଦନ୍ତୀ କ୍ରିକେଟ ଟିମ । ସେପଟେ ୫ ଦିନ ଭିତରେ କୁସ୍ତି ସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୁଷମ ଶରଣ ସିଂ ଗିରଫ ନହେଲେ ମେଡାଲ ଭସାଇ ଦେବାର ଧମକ ଦେଇଛନ୍ତି ବିଶ୍ୱର ଅଗ୍ରଣୀ ଭାରତୀୟ କୁସ୍ତି ଯୋଦ୍ଧାମାନେ । ତେବେ ଦେଖିବାକୁ ରହିଲା ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି କଣ କାର୍ଯ୍ୟାନୁଷ୍ଠାନ ନେଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com