ଜାତୀୟ

ଲାଉଡସ୍ପିକରରେ ଅଜାନ ବନ୍ଦ କରାଯାଉ, ନଚେତ୍ ଦେଶର ମାହୋଲ ବିଗିଡିବ: ଅନୁରାଧା

ନୂଆଦିଲ୍ଲୀ () ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟିକା ଅନୁରାଧା ପୌଡଓ୍ଵାଲ ଅଜାନ ଉପରେ ବଡ ବୟାନ ଦେଇଛନ୍ତି। ହଜାର ସଂଖ୍ୟକ ଲୋକପ୍ରିୟ ଗୀତରେ କଣ୍ଠଦାନ ଦେଇଥିବା ଅନୁରାଧା କହିଛନ୍ତି, ଭାରତରେ ଅଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ ରୋକ୍ ଲଗାଯିବା ଉଚିତ୍। ଦେଶରେ ଏହି ଧରଣର ଅଭ୍ୟାସ୍‌ର ଆବଶ୍ୟକତା ନାହିଁ।

ସେ କହିଛନ୍ତି, ମୁଁ ଦୁନିଆର ଅନେକ ସ୍ଥାନ ଯାଇଛି। ଭାରତ ବ୍ୟତୀତ ଅନ୍ୟ ଦେଶରେ ଏମିତି ଲାଉଡସ୍ପିକରରେ ଅଜାନ ମୁଁ ଦେଖି ନାହିଁ। ମୁଁ କୌଣସି ଧର୍ମ ବିରୋଧୀ ନୁହେଁ। ମାତ୍ର ଏଠାରେ ବଳପୂର୍ବକ ଏହାକୁ ପ୍ରୋତ୍ସାହନ ଦିଆଯାଉଛି। ଯଦି ଗୋଟିଏ ସଂପ୍ରଦାୟ ଏମିତି କରିବେ ତେବେ ଅନ୍ୟ ସମୁଦାୟ ଏମିତି କାହିଁକି କରି ପାରିବେ ନାହିଁ ବୋଲି ଲୋକେ ପ୍ରଶ୍ନ ଉଠାଇବେ।

ଜି ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତକାରରେ ଗାୟିକା କହିଛନ୍ତି, ମୁଁ ମଧ୍ୟପ୍ରାଚ୍ୟ ଦେଶ ଯାତ୍ରା କରିଛି। ସେଠାରେ ଲାଉଡସ୍ପିକର ଉପରେ କଟକଣା ଲଗାଯାଇଛି। ଅନ୍ୟ ମୁସଲିମ ଦେଶରେ ଲାଉଡସ୍ପିକରରେ ଅଜାନକୁ ଅନୁମତି ଦେଇ ନାହାନ୍ତି। ତେବେ ଭାରତରେ ଏହାର ଆବଶ୍ୟକତା କଣ ? ଯଦି ଏମିତି ଅଭ୍ୟାସ୍ ଜାରି ରହେ ତେବେ ଲୋକେ ଲାଉଡସ୍ପିକରରେ ହନୁମାନ ଚାଳିସା ବଜାଇବା ଆରମ୍ଭ କରି ଦେବେ। ଏହି କାରଣରୁ ଯେଉଁ ମାହୋଲ ସୃଷ୍ଟି ହେବ ତାହା ଭଲ ହେବ ନାହିଁ।

ସୂଚନାଯୋଗ୍ୟ, ପ୍ରଥମ ଥର କୌଣସି ସେଲିବ୍ରିଟି ଲାଉଡସ୍ପିକରରେ ଅଜାନକୁ ବ୍ୟାନ କରିବାର କଥା କହି ନାହାନ୍ତି। ୨୦୧୭ରେ ଲୋକପ୍ରିୟ ଗାୟକ ସୋନୁ ନିଗମ ଲାଉଡସ୍ପିକରରେ ଅଜାନ ବିରୋଧରେ ସ୍ଵର ଉଠାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com