ଜାତୀୟରାଜନୀତି

ପଶ୍ଚିମବଙ୍ଗ କ୍ୟାବିନେଟର ବଡ ନିଷ୍ପତ୍ତି; ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳାଧିପତି

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନକରଙ୍କ ମଧ୍ୟରେ ଜାରି ବିବାଦ ମଧ୍ୟରେ ଗୁରୁବାର ପଶ୍ଚିମବଙ୍ଗ କ୍ୟାବିନେଟ୍ ଏକ ବଡ଼ ନିଷ୍କତ୍ତି ନେଇଛି। ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହେବ।  ଏ ସମ୍ପର୍କୀକ ବିଲ ଶୀଘ୍ର ବିଧାନସଭାରେ ଆଗତ କରାଯିବ।

ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବାସୁ କହିଛନ୍ତି, ଏହି ନିଷ୍ପତ୍ତିକୁ କ୍ୟାବିନେଟର ମଞ୍ଜୁରୀ ମିଳିସାରିଛି ଏବେ ବିଧାନସଭାରେ ଆଇନରେ ସଂଶୋଧନ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ରାଜ୍ୟର ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଲ ଥିଲେ ଏବଂ କୁଳିପତିଙ୍କୁ ନିଯୁକ୍ତି ଦେଉଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଜାରି ରହିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପୁଣି ଥରେ ରାଜ୍ୟ ସରକାର ଏବଂ ରାଜ ଭବନ ମଧ୍ୟରେ ବିବାଦ ହୋଇପାରେ। ଏହି ନିଷ୍ପତ୍ତିକୁ ନେଇ ଗତ ଏକ ବର୍ଷ ଧରି ଆଲୋଚନା ଜାରି ରହିଥିଲା। ରାଜ୍ୟ ସରକାରଙ୍କ ଅଭିଯୋଗ ଥିଲା ରାଜ୍ୟପାଳଙ୍କ ଯୋଗୁଁ କୁଳପତିଙ୍କ ନିଯୁକ୍ତିରେ ବିଳମ୍ୱ ଘଟୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com