କ୍ୟାଟେରିଂ ସଂଘ ପାଳନ କଲା ଷଷ୍ଠ ବାର୍ଷିକ ଉତ୍ସବ; ଯୋଗଦେଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

କଟକ: କ୍ୟାଟେରିଂ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ବଜ୍ରକବାଟି ସ୍ଥିତ ମହାବୀର ଗ୍ୟାଲେକ୍ସି ଠାରେ ସଭାପତି ଶ୍ରୀକାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବାରବାଟୀ କଟକ ବିଧାୟକ ସୋଫିଆ ଫିରଦୋସ, ସମ୍ମାନିତ ଅତିଥି ଭାବେ ଭାରତ ମସଲାର ଅଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ ।
ଦୈନଦିନ ଜୀବନରେ ଖାଦ୍ୟ ଆମକୁ ଯୋଗାଇଥାନ୍ତି ମା ଲକ୍ଷ୍ମୀ । ମା ଲକ୍ଷ୍ମୀଙ୍କ ପ୍ରସାଦରେ ସଦା ସର୍ବଦା ସ୍ବଚ୍ଛତା ରହିବା ଦରକାର । ଏଣୁ କ୍ୟାଟେରିଂ ସଂଘର ସମସ୍ତ କର୍ମକର୍ତ୍ତା ସର୍ବଦା ସ୍ୱଚ୍ଛ ଖାଦ୍ୟ ଲୋକମାନଙ୍କୁ ପରିବେଷଣ କର୍ବ ଦରକାର ବୋଲି ମନ୍ତ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ କ୍ୟାଟେରିଂ ସଙ୍ଘ ସମସ୍ତ କର୍ମକର୍ତ୍ତା ଏକତ୍ରିତ ହୋଇ କେକ୍ କାଟି ଉତ୍ସବଟିକୁ ଧୁମ୍ ଧାମରେ ପାଳନ କରିଥିଲେ । ଏହି ଅବସରରେ ସମଗ୍ର ଓଡ଼ିଶାରୁ ଆସିଥିବା ସଂଘର୍ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।



