ଓଡ଼ିଶା

ବାତ୍ୟା ‘ଦାନା’ ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀ ଓ ପରିବା ଦର ବଢ଼ିଲା ଦରଦାମ୍

ଭୁବନେଶ୍ୱର: ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ସମ୍ଭାବ୍ୟ ବାତ୍ୟା ‘ଦାନା’ l ଏନେଇ ବଜାରରେ ଦେଖା ଦେଲାଣି ବିଭିନ୍ନ ନିତ୍ୟ ବ୍ୟବହାର ସାମଗ୍ରୀ ଓ ପରିବା ଦର ବଢ଼ାଇଲେଣି ଅସାଧୁ ବ୍ୟବସାୟୀ । ଯାହା ମଧ୍ୟ ଖାଇବା ସାମଗ୍ରୀ ଅଛି, ସେସବୁରେ ୨୫ ପ୍ରତିଶତ ମୂଲ୍ୟ ବଢ଼ାଇ ସାରିଲେଣି । ଭୁବନେଶ୍ୱରର ଡୁମୁଡୁମା, ପାତ୍ରପଡ଼ା ଭଳି କେତେକ ସ୍ଥାନରେ ଥିବା ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ପ୍ରତି ୪୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପିଆଜ ଦର ୬୦ ଟଙ୍କା ଥିବାବେଳେ ତାହା ୬୫ରୁ ୭୦କୁ ବଢ଼ାଇ ଦେଇଛନ୍ତି ।

ଏ ବାବଦରେ ପଚାରିଲେ ବେପାରୀଙ୍କ ଅଜବ ଉତ୍ତର । ‘ବାତ୍ୟା ଆସୁଛି, ତେଣୁ ଆଳୁ ଗାଡ଼ି ଆସିନପାରେ । ଯେତିକି ଅଛି ସେତିକିରେ ବେପାର କରୁଛୁ ।’ ହଠାତ୍‌ ବେପାରୀମାନେ ମନଇଚ୍ଛା ଏମିତି ଦର ବଢ଼ାଇବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ, ବାତ୍ୟା ଆସିବା ଭୟରେ ଆଜି ରାଜଧାନୀର ୧ ନମ୍ବର ହାଟରୁ ନେଇ ବିଭିନ୍ନ ସ୍ଥାନରେ ଥିବା ବଜାରରେ ପରିବା ଓ ଅନ୍ୟ ନିତ୍ୟ ବ୍ୟବହାର ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼ ଲାଗିଛି । ତେବେ ଏହି ବଜାରରେ ଖାଉଟିମାନଙ୍କ ପାଇଁ ଦରଦାମ ବଢିବାକୁ ନେଇ ଖାଉଟି ଯୋଗାଣ ବିଭାଗ କେଉଁ ଭଳି ପଦକ୍ଷେପ ନେବ ତାହାକୁ ଅପେକ୍ଷା l

Related Articles

Back to top button
WP Twitter Auto Publish Powered By : XYZScripts.com