ଜାତୀୟ

ବିଶ୍ୱବ୍ୟାଙ୍କକୁ ସୀତାରମଣଙ୍କ ଆହ୍ୱାନ; ବିକାଶର ପ୍ରଭାବରୁ ଆହୁରି ସଶକ୍ତ ହେବ

ନୂଆଦିଲ୍ଲୀ: ମୁଦ୍ରା ପାଣ୍ଠିର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଲେ ଅର୍ଥମନ୍ତ୍ରୀ ସୀତାରମଣ l ଏନେଇ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ରରେ ଗ୍ଲୋବାଲ ସାଉଥର ପରିବର୍ତନଶୀଳ ଅନୁଭୂତିକୁ ଆକୃଷ୍ଟ କରି ଦ୍ୱିପାକ୍ଷିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ବିଶ୍ୱ ବ୍ୟାଙ୍କକୁ ଆହ୍ୱାନ ଦେଇଛନ୍ତି ।

ୱାଶିଂଟନ ଡିସିସ୍ଥିତ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ‘ଭବିଷ୍ୟତ-ପ୍ରସ୍ତୁତ ବିଶ୍ୱ ବ୍ୟାଙ୍କ ଗ୍ରୁପ’ ଶୀର୍ଷକ ଆଲୋଚନାରେ ଶ୍ରୀମତୀ ସୀତାରମଣ କହିଛନ୍ତି, ବ୍ୟାପକ ଅଂଶଗ୍ରହଣକୁ ନିଶ୍ଚିତ କରିବା, ମଧ୍ୟମ ଆୟକାରୀ ଦେଶଗୁଡ଼ିକୁ ଅଧିକ ଋଣ ନେବାକୁ ପ୍ରୋତ୍ସାହିତ କରିବା ଏବଂ ବିକାଶର ପ୍ରଭାବକୁ ଆହୁରି ଦୃଢ଼ ହେବା ଆବଶ୍ୟକ । ଅର୍ଥମନ୍ତ୍ରୀ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଂଶଗ୍ରହଣ କରି, ୨୦୨୪ରେ ବିଶ୍ୱ ଅର୍ଥନୀତି ଉଲ୍ଲେଖନୀୟ ସ୍ଥିରତା ପ୍ରଦର୍ଶନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com