ଓଡ଼ିଶା

ଭୁବନେଶ୍ବରରେ ବାଘ ଆତଙ୍କ; ବନ ବିଭାଗ ଏବଂ ପୋଲିସ ଚଳାଇଛି ଖୋଜାଖୋଜି

ଭୁବନେଶ୍ବର: ରାଜଧାନୀରେ କଲରାପତରିଆ ବାଘ । ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଖେଳିଯାଇଛି ଭୟଙ୍କର ଆତଙ୍କ । ଭୁବନେଶ୍ବରର ଭିଆଇପିମାନେ ଆତଯାତ କରୁଥିବା ଏୟାରପୋର୍ଟ ଅଞ୍ଚଳରେ ଏହି ବାଘ ଅଛି ବୋଲି ବର୍ତ୍ତମାନ ଖୋଜାଖୋଜି ଚାଲିଛି । ସେହି ଭିତରେ ଥିବା ଛୋଟ ଜଙ୍ଗଲ ଭିତରେ ବାଘ କେଉଁଠି ଲୁଚିଥିବାର ସନ୍ଦେହ କରାଯାଉଛି। ହେଲେ ଏ ପର୍ଯ୍ୟନ୍ତ ବାଘର କୌଣସି ପତ୍ତା ମିଲିପାରି ନାହିଁ । ଘଟଣାରୁ ଜଣାପଡିଛି ଯେ, ଏୟାରପୋର୍ଟ ଅଞ୍ଚଳରେ ଜଣେ ମହିଳା ଅଳିଆ ପକାଇବା ପାଇଁ ସକାଳୁ ବାହାରକୁ ଆସିଥିଲେ ।

ସେ ଅଳିଆ ପକାଇବା ପରେ ହଠାତ ଗୋଟିଏ ବାଘ ଏୟାରପୋର୍ଟ ପାଚେରୀ କଡରେ ଯାଉଥିବାର ଲକ୍ଷ୍ୟ କଲେ । ସେହି ପାଚେରୀକୁ ଲାଗି ଜଣେ ମହିଳା ଛିଡା ହୋଇଥିଲେ । ସେ ତାଙ୍କୁ ବଡପାଟିରେ ବାଘବାଘ ବୋଲି ଚିତ୍କାର କଲେ । ସେହି ମହିଳା ମଧ୍ୟ ବାଘ ଦେଖି ଦୌଉଡିଲେ । ଉଭୟ ଏକ ଛୋଟ କଲପତରିଆ ବାଘ ଦେଖିଛନ୍ତି ବୋଲି ସ୍ବୀକାର କରୁଛନ୍ତି । ଏହି ଖବର ଜଣାପଡିବା ପରେ ବନ ବିଭାଗ ଏବଂ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏପରିକି ଏୟାରପୋର୍ଟ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚିଛନ୍ତି ।

ସମସ୍ତେ ସେହି ଦୁଇ ମହିଳାଙ୍କ କଥା ଅନୁସାରେ ଖୋଜାଖୋଜି ଜାରି ରଖିଛନ୍ତି । ବନ ବିଭାଗ କର୍ମଚାରୀମାନେ ବାଘର ପାଦ ଚିହ୍ନ ଖୋଜିବାରେ ଲାଗିଛନ୍ତି । ତେବେ ଏ ପର୍ଯ୍ୟନ୍ତ ବାଘ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ l ସୂଚନା ମୁତାବକ ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖାଯାଇଥିଲା । ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ । ଏବେ ପୁଣି ଥରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ ବନ ଅଧିକାରୀଙ୍କ ସୂଚନା ମିଳି ପାରିନି ।

Related Articles

Back to top button
WP Twitter Auto Publish Powered By : XYZScripts.com