ଫ୍ରଡ୍ କଲ ଆସିଲେ କଣ କରିବ? ୩ ଟି ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମର ୧୧୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ରେଡିଓ ମାଧ୍ୟମରେ ନିଜର କଥା କହିଛନ୍ତି ମୋଦି । ତେବେ ଚଳିତଥର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଡିଜିଟାଲ ଆରେଷ୍ଟ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବା ସହ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରିଛନ୍ତି । ସାଇବର ଫ୍ରଡକୁ ନେଇ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଚେତନ କରିଛନ୍ତି । ସଚେତନତା ପାଇଁ ୩ ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଛନ୍ତି ।
ଫ୍ରଡ୍ କଲ ଆସିଲେ ଧୈର୍ଯ୍ୟ ଧରିବା ସହ ଭାବନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ । କୌଣସି ଏଜେନ୍ସ ଫୋନ କରି ପଚରାଉଚରା କରେନି । ଫ୍ରଡ୍ କଲ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ । ୨୮ ତାରିଖରେ ବିଶ୍ଵ ଆନିମେସନ୍ ଦିବସ ପାଳନ ହୋଇଥାଏ । ଆନିମେସନ୍ ଏବଂ ଗେମିଂରେ ଭାରତ ବିପ୍ଲବ ପଥରେ ଅଛି । ଭାରତର ଗେମିଂ ସ୍ପେଶ୍ ମଧ୍ୟ ବିସ୍ତାର ହେଉଛି ଏବଂ ଭାରତୀୟ ଖେଳ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ହେଉଛି । ମୁଁ ଅଗ୍ରଣୀ ଖେଳାଳୀଙ୍କୁ ଭେଟିଥିଲି l ସେମାନଙ୍କଠାରୁ ଭାରତୀୟ ଗେମିଂର ସୃଜନଶୀଳତା ଜାଣିବା ଏବଂ ବୁଝିବାର ସୁଯୋଗ ପାଇଥିଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।