ଓଡ଼ିଶା
ମନ୍ଦିର, ମଠ ଓ ଐତିହ୍ୟ ସ୍ଥାନର ସୁରକ୍ଷା ପାଇଁ ଆସିବ ନୂଆ ଯୋଜନା’: ଆଇନ ମନ୍ତ୍ରୀଙ୍କ
ଭୁବନେଶ୍ୱର: ମନ୍ଦିର, ମଠ ଓ ଐତିହ୍ୟ ସ୍ଥାନର ସୁରକ୍ଷା ପାଇଁ ଆସିବାକୁ ଯାଉଛି ନୂଆ ଯୋଜନା l ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୋମବାର ଅର୍ଥାତ ଆଜି ନୂଆ ଯୋଜନାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମରେ କହିଛନ୍ତି । ତେବେ ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର ସୁରକ୍ଷା ପାଇଁ ରହିବ ।
ଏହାର ନାମ ରହିଛି ‘ଦେବାଳୟ ଯୋଜନା’। ଯୋଜନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା । ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ଏହି ଯୋଜନାରେ ସବୁ ରହିଛି । ବିଶେଷକରି ‘ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତା’ର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଏହି ଯୋଜନାକୁ ନେଇ ଆଲୋଚନା ହେବା ସହ ବ୍ଲୁପ୍ରିଣ୍ଟ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।