ଜାତୀୟରାଜନୀତି

ମହାରାଷ୍ଟ୍ରରେ ନିର୍ବାଚନ: ଉଦ୍ଧବ ଠାକରେଙ୍କୁ ଝଟକା, ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନିର୍ବାଚନ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସମ୍ୱାଜିନଗର ମଧ୍ୟ ଆସନରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି । କେବଳ ଏତିକି ନୁହେଁ, ନାମ ପ୍ରତ୍ୟାହାର କରିବା ପରେ ସିଏମ୍ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପାଇଁ ଏହା ଏକ ବଡ ଝଟକା । ସମ୍ୱାଜିନଗର ମଧ୍ୟ ଆସନରୁ କିଶନଚନ୍ଦ ତନୱାନୀ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିବା ପରେ ଏକ ବଡ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଏମଭିଏ ଏକ ବଡ଼ ବ୍ୟବଧାନରେ ହାରିବ । ନାମାଙ୍କନପତ୍ର ଦାଖଲ ପାଇଁ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏକ ସାମ୍ବାଦିକ ସମ୍ମିଳନୀରେ କିଶାନଚନ୍ଦ ତନୱାନି ତାଙ୍କ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ। ରାଜନୈତିକ ମହଲରେ ଆଲୋଚନା ଚାଲିଛି ଯେ, ଏହା ପଛର କାରଣ କ’ଣ? କୁହାଯାଉଛି ଯେ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ଅନ୍ୟ ଜଣେ ପ୍ରାର୍ଥୀ ଦେବେ।

Related Articles

Back to top button
WP Twitter Auto Publish Powered By : XYZScripts.com