ଓଡ଼ିଶା

ବିଭିନ୍ନ ସରକାର ଅମଳରେ ବଲାଙ୍ଗୀର ପ୍ରତି ଅବହେଳା ହୋଇଛି: ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଶନିବାର ଠାରୁ ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ସମୟରେ ବଲାଙ୍ଗୀରକୁ ଅବହେଳା କରାଯାଇଛି । ଜିଲ୍ଲାକୁ ଯେତେ ଗୁରୁତ୍ୱ ଦିଆଯିବା କଥା ପୂର୍ବରୁ ଦିଆଯାଇନାହିଁ । ନେତୃତ୍ଵ ଅଭାବ ନଥିବା ସତ୍ତ୍ଵେ ଏଠାରେ ବିକାଶ କରାଗଲାନି । କିନ୍ତୁ ଆମ ସରକାର ଆସିବା ପରେ ବିଭିନ୍ନ ଯୋଜନା ହାତକୁ ନେଇଛି । ଆଗକୁ ବଲାଙ୍ଗୀର ବିକଶିତ ହେବ । ବଲାଙ୍ଗୀର ଗସ୍ତରେ ଯାଇଥିବା ବେଳେ ପ୍ରେସମିଟ୍ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ କିଭଳି ବଲାଙ୍ଗୀର ବିକଶିତ ହେବ ସେନେଇ ପ୍ରତିଶୃତି ଦେଇଛନ୍ତି ।

ସୂଚନା ମୁତାବକ, ଗତକାଲି ବିଭିନ୍ନ ବଲାଙ୍ଗୀରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି l ବିଜେପି ସରକାର ଆସିବା ପରେ ଅନେକ ଯୋଜନା ହାତକୁ ନେଉଛନ୍ତି । ଜଳସେଚନ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ସେତୁ ନିର୍ମାଣ ଓ ସଡକ ନିର୍ମାଣ ଭଳି ୮୯୦ କୋଟି ମୂଲ୍ୟର ୮୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଖୁବଶୀଘ୍ର ବଲାଙ୍ଗୀରରେ ବିକାଶର ଧାରା ତ୍ୱରାନ୍ୱିତ ହେବ । ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ କରାଯିବ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଶୀଘ୍ର ସରିବ। ୩୮୦୦ କୋଟିର ବଜେଟ ଏବେ ସୁଦ୍ଧା ଦିଆଗଲାଣି । ଆଉ ୮୦ କିମି ବ୍ୟବଧାନ ଅଛି, ତ୍ଵରିତ କାମ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗୀରରେ ଡବଲ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଅଛି । ଏଠାରେ ବିକାଶ ନିଶ୍ଚୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com