ଓଡ଼ିଶାବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଡିଲର ପଏଣ୍ଟ ଜଗିବ CCTV

ରାସନ ବଣ୍ଟନରେ ଦୁର୍ନୀତି ରୋକିବାକୁ ଖାଉଟି କଲ୍ୟାଣ ଏବଂ ଖାଦ୍ୟ ଯୋଗାଣ ବିଭାଗର ଗୁରୁତ୍ୱ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଏଣିକି ଅସାଧୁ ଡିଲର ଓ ହିତାଧିକାରୀଙ୍କୁ ଜଗିବ CCTV । ଏହା ପ୍ରତି ଡିଲର ପଏଣ୍ଟ ଉପରେ ନଜର ରଖିବ। ରାସନ ବଣ୍ଟନ ବ୍ୟବସ୍ଥାରେ ମାଳ ମାଳ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ଖାଉଟି ଏବଂ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ରାସନ ବଣ୍ଟନରେ ଦୁର୍ନୀତି ରୋକିବାକୁ ଅତ୍ୟାଧୁନିକ ଓଜନ ମେସିନ୍ ସହ ପିଓଏସ୍ ମେସିନ୍ ସହ ସଂଯୋଗ  କରାଯାଇଥିଲେବି ସମ୍ପୂର୍ଣ୍ଣ ରୂପେ ଅନିୟମିତତାକୁ ରୋକା ଯାଇପାରୁନାହିଁ ।

ସେପଟେ ବର୍ଷ ବର୍ଷ ଧରି ପିଓଏସ୍ ମେସିନ୍ ଜନିତ ସମସ୍ୟା ଲାଗିରହିଛି । ଏହି ମେସିନ୍ ଇଣ୍ଟରନେଟ୍  ଦ୍ବାରା ଚାଲୁଥିବା ବେଳେ ଅନେକ ସମୟରେ ଅନେକ ସ୍ଥାନରେ ଇଣ୍ଟରନେଟ ସେବା ନଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଏଥିସହିତ ଉକ୍ତ ମେସିନଟିରେ ଧିମା ଇଣ୍ଟରନେଟ ଚାଲୁଛି। ସେଥିରେ ପୁଣି ପିଓଏସ୍ ମେସିନକୁ ଅତ୍ୟାଧୁନିକ ଓଜନ ମେସିନ ସହ ସଂଯୋଗ କରାଯାଇଛି । ଫଳରେ ମାସ ମାସର ଚାଉଳ ଓଜନ କରିବାରୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି ।

ସେହିଭଳି ମଝିରେ ଯଦି ଇଣ୍ଟରନେଟ୍ ବନ୍ଦ ହୋଇଯାଉଛି, ରାସନ ପାଇଁ ନାକେଦମ ହେଉଛନ୍ତି ଉଭୟ ଡିଲର ଏବଂ ଖାଉଟି । ତେବେ ବିଭିନ୍ନ ବିଭାଗରେ ଏବେ ଲୋକମାନଙ୍କୁ ତ୍ୱରିତ ସେବା ଦେବାକୁ ବ୍ୟବସ୍ଥା କରାଯାଉଥିବାରୁ ଖାଉଟିମାନଙ୍କ ପାଇଁ ଖୁବଶୀଘ୍ର ସୁବନ୍ଦୋବସ୍ତ କରାଯିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com