ବାତ୍ୟା ଦାନାର ପ୍ରାଥମିକ ରିପୋର୍ଟ ଆସିଛି ୬୦୦ କୋଟି ଟଙ୍କାର କ୍ଷୟକ୍ଷତି: ସୁରେଶ ପୂଜାରୀ
ଭୁବନେଶ୍ବର: ବାତ୍ୟା ଦାନାର କ୍ଷୟକ୍ଷତି ପ୍ରାଥମିକ ରିପୋର୍ଟ ଆସିଛି l ଏଥିରେ ୬ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ବାତ୍ୟା ଦାନା ରେ ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୧୪ ଜିଲ୍ଲା ରେ ୬୦୦ କୋଟି ଟଙ୍କାର କ୍ଷତି ହୋଇଛି । ୧୪ଟି ଜିଲ୍ଲା ମଧ୍ୟରୁ ୧୬୬ଟି ବ୍ଲକରେ ଅଧିକ କ୍ଷତି ହୋଇଥିବା ବେଳେ ୧୩୧ଟି ବ୍ଲକ ବେଶୀ କ୍ଷତିଗ୍ରସ୍ତ ହୋଇଛି ।
ସେହିପରି ୧୪ ବ୍ଲକର ୧୧୬୩୭ ଗାଁ ପ୍ରଭାବିତ ହୋଇଛି। ୪୧ ଲକ୍ଷ ୪୩୫୭ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି । ବାତ୍ୟାରେ ୧୬ ହଜାର ୪୧୬ ଭାଙ୍ଗିଥିବା ବେଳେ ସେଥିରୁ ୨୭ ଟି କଚ୍ଚା ଘର ଭାଙ୍ଗିଥିବା ବେଳେ ୧୪୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି । ୪ ହଜାର କୁକୁଡ଼ା, ଛୋଟ ବଡ ୭୧ଟି ଜୀବ ମରିଛନ୍ତି । ଶକ୍ତି ବିଭାଗର ବେଶୀ କ୍ଷତି ହୋଇଛି । ବାତ୍ୟାରେ ୬୧ ଲୋକ ଗୁରୁତର ହୋଇଛନ୍ତି । ମଙ୍ଗଳବାର କେନ୍ଦ୍ରକୁ ବାତ୍ୟା କ୍ଷୟ କ୍ଷତି ରିପୋର୍ଟ ଦିଆଯିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ବାତ୍ୟାରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛି ।
ମୋଟାମୋଟି ଭାବରେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧,୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସମୁଦାୟ ୧୬,୪୧୭ ଘର ପ୍ରଭାବିତ ହୋଇଥିବାବେଳେ ୨୭ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୪,୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ତେବେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠି ବାଣ୍ଟିବ ବୋଲି ମଧ୍ୟ ସୂଚନା ମିଳିଛି ।