ଶାସ୍ତ୍ର ବିରୋଧୀ ଓ ଜନବିରୋଧୀ କାର୍ଯ୍ୟ କରୁଛି ଇସ୍କନ; କାହିଁକି ଏଭଳି କହିଲେ ଗଜପତି ମହାରାଜା
ଭୁବନେଶ୍ୱର: ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆସନ୍ତା ୯ରେ ଆୟୋଜନ ହେଉଛି । ଏନେଇ ଆରମ୍ଭ ହୋଇଛି ଅନ୍ତୋଷରେ ଝଡ଼ l ଅନ୍ୟପଟେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ।
ଭୁବନେଶ୍ୱରରେ ଆୟୋଜିତ ପ୍ରେସ୍ ମିଟ୍ରେ ଗଜପତି କହିଛନ୍ତି ଯେ,ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି । ସେଠି ଯଦି ସେମାନେ ମାନିଯିବେ, ଭଲ କଥା । ନ ହେଲେ ଏଥର ଆମେ ଛାଡ଼ିବାନି ଆଇନର ରାସ୍ତା ବାଛିବୁ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଇସ୍କନ ଅଦିନିଆ ରଥାଯାତ୍ରାର ଆୟୋଜନ କରିଥିଲା । ଯାହା କାଲିଫର୍ଣ୍ଣିଆ ସହରରେ ଅନୁଷ୍ଠିତ ହୋଇଥିଲେ ।
ପରେ ପରେ ପର୍ଯ୍ୟାୟକ୍ରମେ ବିଶ୍ୱର ବିଭିନ୍ନ ସହରରେ ଅଦିନିଆ ରଥଯାତ୍ରା ଏବଂ ବିଭିନ୍ନ ପର୍ବପର୍ବାଣୀର ଆୟୋଜନ କରିଆସୁଛନ୍ତି । ଯାହାକି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ ହେଉଛି । ଏହାକୁ ବନ୍ଦ କରିବାକୁ ଆମେ ଇସ୍କନ ପ୍ରଶାସନ ସହିତ ଆଲୋଚନ କରିଥିଲୁ । ଏହାର କିଛି ମାସ ପରେ ପୁଣି ଥରେ ଦିଲ୍ଲୀରେ ଅଦିନିଆ ରଥଯାତ୍ରାରେ ଆୟୋଜନ କରିଥିଲେ । କିନ୍ତୁ ତାହା ବର୍ତ୍ତମାନ କିଛି ସୁଫଳ ହେଲା ନାହିଁ ।
ସେହିପରି ୨୦୦୭ ଡିସେମ୍ବରରେ ଲୁଧିଆନାରେ ଅଦିନିଆ ରଥଯାତ୍ରା କରିବାକୁ ନେଇ ଘୋଷଣା କରିଥିଲେ । ଯାହାକୁ ନେଇ ସେତେବେଳେ ଏକ ଆପତ୍ତିଜନକ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ ଚିଠିକୁ ବେଖାତିର କରି ରଥଯାତ୍ରା କରିଲେ ଇସ୍କନ । ବାରମ୍ବାର ଚିଠି ସତ୍ଵେ ମଧ୍ୟ ମାନିନଥିଲେ ଇସ୍କନ କର୍ତ୍ତୃପକ୍ଷ । ଏଣିକି ନ ମାନିଲେ ଆଇନଗତ ହେବ। ପ୍ରଚାର ଯାତ୍ରା କର କିନ୍ତୁ ରଥଯାତ୍ରା କରନି ବୋଲି ଗଜନତି ମହାରାଜ କହିଛନ୍ତି । ସେପଟେ ଏହାକୁ ସେତେବେଳେ ଦୃଢ ନିନ୍ଦା କରିଛନ୍ତି ଜଗନ୍ନାଥ ସମିତି ।