ଓଡ଼ିଶା

ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ସାନଖେମୁଣ୍ଡି ପ୍ରକଳ୍ପ କମିଟିର ତୃତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, ୨୬/୦୮/୨୦୨୨-    ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ସାନଖେମୁଣ୍ଡି ପ୍ରକଳ୍ପ କମିଟିର ତୃତୀୟ ବାର୍ଷିକ ସମ୍ମିଳନୀ ଗୁରୁବାର ମହାନଳା ସ୍ଥିତ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମସ୍ତ କର୍ମୀ ଓ ସହାୟିକାଙ୍କ ସମାବେଶରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରକଳ୍ପ କମିଟି ସଭାନେତ୍ରୀ ମିତା କୁମାରୀ ମିଶ୍ର ପୌରହିତ୍ୟ କରିଥିଲେ । ଏହି ବୈଠକରେ ରାଜ୍ୟ ସଂଘ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ ଏବଂ କୋଷାଧକ୍ଷା ସୌଦାମିନୀ ଦାସ ମଧ୍ୟ ଯୋଗଦେଇଥିଲେ । ଆୟୋଜିତ ସଂଘ ଆଲୋଚନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ଅପଭ୍ରଂଶ ସହିତ ପରିବର୍ତ୍ତିତ ଯୋଜନା କାର୍ଯ୍ୟଶୈଳୀକୁ ନେଇ ତର୍ଜମା କରାଯାଇଥିଲା । ତୃଣମୂଳ ସ୍ତରରେ ସମାଜ ଏବଂ ସରକାରଙ୍କୁ ସେବା ଯୋଗାଉଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରଙ୍କ ଅଣଦେଖାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା । କର୍ମୀ ଓ ସହାୟିକାଙ୍କ ସର୍ବନିମ୍ନ ପାରିତୋଷିକ ବୃଦ୍ଧି , ଦରବୃଦ୍ଧିକୁ ଦୃଷ୍ଟିଦେଇ ରନ୍ଧନ ଖଦ୍ୟମୂଲ୍ୟ ବୃଦ୍ଧି , ସାମାଜିକ ସୁରକ୍ଷା ପ୍ରଦାନ ସହିତ ପ୍ରକଳ୍ପ ସ୍ତରରେ କର୍ମୀଙ୍କ ପ୍ରତି କରାଯାଉଥିବା ଉଦ୍ଦେଶ୍ୟ ମୂଳକ କାର୍ଯ୍ୟାନୁଷ୍ଠାନ ନେଇ ତର୍ଜମା କରାଯାଇଥିଲା । ଆୟୋଜିତ ସମ୍ମିଳନୀରେ ସଦସ୍ୟଙ୍କ ସମ୍ମତିରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସଭାନେତ୍ରୀ ଭାବରେ ମିତା କୁମାରୀ ମିଶ୍ର , ସମ୍ପାଦିକା ସୁଷମା ପ୍ରଧାନ , କୋଷାଧକ୍ଷା ଭାବେ ବନିତା କୁମାରୀ ରଥଙ୍କ ସହ ଉପଦେଷ୍ଟା ସଦସ୍ୟ ଭାବେ କର୍ମୀ ରଶ୍ମିତା କୁମାରୀ ସାହୁ , ରୀନା ପଟ୍ଟନାୟକ , ବେଦମତି ରଥ , ପାପା ପ୍ରଧାନ ମନୋନୀତ କରାଯାଇଥିବା ବେଳେ ରେଣୁବାଳା ପଟ୍ଟନାୟକ ,କାମିନୀ ସାହୁ ଏବଂ ଡ଼ମୁଣି ସାହୁଙ୍କୁ ସହାୟିକା ପ୍ରତିନିଧି ଭାବେ ଚୟନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com