ଜାତୀୟ

ସଲମାନଙ୍କ ପଛ ଛାଡ଼ୁନି ଲରେନ୍ସ ବିଷ୍ନୋଇ: ପୁଣି ଥରେ ଦେଇଛି ହତ୍ୟା ଧମକ

ମୁମ୍ବାଇ: ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନାଁରେ ପୁଣି ସଲମାନ୍‌ଙ୍କୁ ଜୀବନରୁ ମାରିଦେବାକୁ ମୁମ୍ବାଇ ଟ୍ରାଫିକ୍‌ ପୁଲିସ୍‌କୁ ପୁଣି ଥରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠା ଯାଇଛି । ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ସଲମାନ୍‌ଙ୍କୁ ମନ୍ଦିରକୁ ଯାଇ କ୍ଷମା ମାଗିବା ସହ ୫ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି । ମିଳିଥିବା ସୂଚନା ମୁତାବକ, ମୁମ୍ବାଇ ପୁଲିସକୁ ସଲମାନ୍‌ଙ୍କ ପାଇଁ ଲରେନ୍ସ ବିଷ୍ଣୋଇ ନାମରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି ।

ଧମକପୂର୍ଣ୍ଣ ବାର୍ତ୍ତାରେ ସଲମାନ୍‌ଙ୍କ ପାଇଁ ୨ଟି ବିକଳ୍ପ ଦିଆଯାଇଛି । ଜୀବନ ବଞ୍ଚାଇବାକୁ ଭୁଲ୍‌ ମାଗ ନହେଲେ ୫ କୋଟି ଟଙ୍କା ଦିଅ । ଏହା ସଲମାନ୍‌ଙ୍କୁ ଗୋଟିଏ ସପ୍ତାହରେ ମିଳିଥିବା ୨ୟ ଧମକପୂର୍ଣ୍ଣ ବାର୍ତ୍ତା । ମୁମ୍ବାଇ ପୁଲିସ ପକ୍ଷରୁ ମିଳିଥିବା ମେସେଜ ମୁମ୍ବାଇ ପୁଲିସ ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌କୁ ଗତକାଲି ବିଳମ୍ବିତ ରାତିରେ ହ୍ୱାଟ୍ସଆପ୍‌ରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାମରୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଏହି ବାର୍ତ୍ତାରେ ଆହୁରି ମଧ୍ୟ ଦାବି ହୋଇଛି ସେ ଲରେନ୍ସ ବିଷ୍ଣୋଇର ଭାଇ ବୋଲି ।

ଏଥିରେ କୁହାଯାଇଛି, ଯଦି ସଲମାନ୍‌ ବଞ୍ଚିବାକୁ ଚାହୁଁଛନ୍ତି ମନ୍ଦିର ଯାଇ କ୍ଷମା ମାଗନ୍ତୁ ନଚେତ ୫ କୋଟି ଟଙ୍କା ଦିଅନ୍ତୁ । ନହେଲେ ତାଙ୍କୁ ହତ୍ୟା କରାଯିବ । ଏବେ ମଧ୍ୟ ଆମ ଗ୍ୟାଙ୍ଗ ସକ୍ରିୟ ରହିଛି ବୋଲି ବାର୍ତ୍ତାରେ କୁହାଯାଇଛି । ବାର୍ତ୍ତା ପାଇବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ଗତ ସପ୍ତାହରେ ୩୦ ଅକ୍ଟୋବରରେ ମୁମ୍ବାଇ ଟ୍ରାଫିକ୍‌ କଣ୍ଟ୍ରୋଲକୁ ସଲମାନ୍‌ ଖାନ୍‌ଙ୍କ ପାଇଁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳିଥିଲା । ସେହି ସମୟରେ ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଇଥିଲେ । ଏହାପରେ ମୁମ୍ବାଇ ପୁଲିସ ଜଣେ ଅଜଣା ଯୁବକଙ୍କୁ ଗିରଫ କରି ତଦନ୍ତ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com