ଜାତୀୟମନୋରଞ୍ଜନ

ଲୋକଗୀତ ଗାୟିକା ତଥା ପଦ୍ମ ଭୂଷଣ ବିଜେତା ଶାରଦା ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ବିହାର କୋକିଳା ଭାବେ ପରିଚିତ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ସେ କ୍ୟାନ୍ସରରେ ପୀଡିତ ଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦିଲ୍ଲୀ ଏମ୍ସରେ ସେ ଭେଣ୍ଟିଲେଟରରେ ଥିଲେ । ବିହାରରେ ଲୋକ ସଙ୍ଗୀତ ଓ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଭୋଜପୁରରେ ପାରମ୍ପରିକ ବିବାହ ଓ ଛଟ୍ ଗୀତ ପାଇଁ ସେ ପ୍ରସିଦ୍ଧିଲାଭ କରିଥିଲେ । ନିକଟରେ ଓଟିଟି ସିରିଜ୍ ରେ ମଧ୍ୟ ମହାରାଣୀ ସିଜିନ୍ ୨ରେ କଣ୍ଠଦାନ କରିଥିଲେ ।

ଭୋଜପୁରୀ ଏବଂ ମୈଥିଲୀ ଫୋକ୍ ମ୍ୟୁଜିକ୍ ରେ ସେ ଖୁବ୍ ପ୍ରସିଦ୍ଧ ଥିଲେ। ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ସେ ମୈଥିଲି ଏବଂ ଭୋଜପୁରୀର ଜଣେ ଲୋକଗାୟକ ଭାବରେ ଜଣାଶୁଣା । ତାଙ୍କର ଛଟ୍ ପୂଜା ଗୀତ ଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ଏବଂ ସେ ବିହାର କୋକିଲା ନାମରେ ମଧ୍ୟ ପରିଚିତ l କିନ୍ତୁ ସେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ମଧ୍ୟ ଗାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ସୋମବାର ଏମ୍ସ ଯାଇ ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ନିକଟରେ ଅଶ୍ୱିନୀ କୁମାର ଚୌବେ, ରାମନାଥ ଠାକୁର ଏବଂ ଧର୍ମଶୀଳା ଗୁପ୍ତା ମଧ୍ୟ ସିହ୍ନାଙ୍କୁ ଭେଟିଥିଲେ । ଚିରାଗ ପାସୱାନ ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଏକ୍ସରେ ପୋଷ୍ଟ କରିଥିଲେ ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ୭୨ ବର୍ଷୀୟ ଶାରଦା ସିହ୍ନା ୨୦୧୭ରେ ମଲ୍ଟିପଲ୍ ମାଇଲୋମା କର୍କଟ ରୋଗରେ ପୀଡ଼ିତ ଥିଲେ। ଶାରଦା ସିହ୍ନା କିଛି ସପ୍ତାହ ତଳେ ତାଙ୍କ ସ୍ୱାମୀ ବ୍ରଜ କିଶୋର ସିହ୍ନାଙ୍କୁ ହରାଇଥିଲେ, ଯିଏ କି ବ୍ରେନ୍ ହେମରେଜରେ ପୀଡ଼ିତ ଥିଲେ ।

ଚଳିତ ବର୍ଷ ଆରମ୍ଭରେ ଦୁହେଁ ନିଜର ୫୪ତମ ବିବାହ ବାର୍ଷିକୀ ପାଳନ କରିଥିଲେ । ଶୁଣିବା ପାଇଁ ମିଳୁଛି ଯେ ଶାରଦା ସିହ୍ନା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତବ୍ଧ ଅଛନ୍ତି । ଶାରଦା ସିହ୍ନା ‘ଜାଇସେ ମୈନେ ପ୍ୟାର୍ କିଆ’ ଏବଂ ‘ହମ୍ ଆପ୍କେ ହୈ କୌନ୍’ ଭଳି ବଲିଉଡ୍ ଚଳଚ୍ଚିତ୍ର ପାଇଁ ମଧ୍ୟ ଲୋକପ୍ରିୟ ଗୀତ ଗାଇଛନ୍ତି । ସେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ୍ ୱାସେପୁର’ରେ ‘ତାର ବିଜୁଳି କେ ଜାସି’ ଗୀତ ମଧ୍ୟ ଗାଇଥିଲେ । ୧୯୯୧ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା  l

Related Articles

Back to top button
WP Twitter Auto Publish Powered By : XYZScripts.com