ଓଡ଼ିଶା

ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଲୁକ ଦେବ ଲଣ୍ଡନ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଆଗକୁ ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଏଥିପାଇଁ ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେବାକୁ ଯାଉଛି ନୂଆ ଅଧ୍ୟାୟ । ଓଡିଶାର ଆଇକନିକ୍ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଓଡିଶା ଆସିବେ ବିଦେଶୀ ନିବେଶକ । କ’ଣ ଭିତ୍ତିଭୂମି ଅଛି ଏହାକୁ ଆମେ ଲଣ୍ଡନରେ ଉପସ୍ଥାପନ କଲୁ l ଖୁବଶୀଘ୍ର ନିବେଶକ ମାନେ ଆସିବେ । ଆମ ଆଇକନିକ ସାଇଟ୍ କୋଣାର୍କ, ଆମ ୪୮୦ କି.ମି. ବେଳାଭୂମି, ବଡ଼ ଚିଲିକା ଲେକ୍, ଶିମିଳିପାଳ, ଦେବ୍ରିଗଡ଼, ଦେଓମାଳୀର ବିକାଶ ପାଇଁ ଆମେ କଥା ହୋଇଛୁ । ଲଣ୍ଡନ ଗସ୍ତରୁ ଫେରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏଭଳି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୱାର୍ଲଡ ଟୁରିଜିମ୍ ମାର୍ଟରେ ଓଡ଼ିଶାର ପ୍ରଦର୍ଶନ ବହୁତ ଉତ୍କୃଷ୍ଟ ଥିଲା । ଓଡିଶା ତରଫରୁ ଷ୍ଟଲ ଥିଲା । ଭାରତ ସରକାରଙ୍କ ଷ୍ଟଲରେ ଦେଶର ୧୪ ପ୍ରଦେଶ ସାମିଲ ଥିଲା । ସେଠି ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଭେଟିଲୁ । ଓଡିଶାର ପଡିରହିଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କଲୁ । ଲଣ୍ଡନରେ ବାସ କରୁଥିବା, ଓଡିଶା ପର୍ଯ୍ୟଟନ ସହିତ ଓତଃପ୍ରୋତ ଭାବେ ଜଡିତ ଥିବା ପ୍ରବାସୀଙ୍କ ସହ ତିନି ରାଉଣ୍ଡ କଥା ହୋଇଛୁ । ଲଣ୍ଡନର ହାଇକମିଶନଙ୍କ ସହ କଥା ହୋଇଛୁ ।

ଅନେକ ଟୁର୍ ଅପରେଟର, ଟୁରିଷ୍ଟ ଗାଇଡ଼ ବହୁତ କମ୍ ଦିନ ଭିତରେ ଓଡିଶା ଟୁରିଜିମ ପାଇଁ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଅନେକ ନିବେଶକ ମାନଙ୍କ ସହ କଥା ହୋଇଛୁ । ପ୍ରମୋଦ ମିତ୍ତଲଙ୍କୁ ଭେଟିଛୁ । ବହୁତ ଶୀଘ୍ର ଆମର ପ୍ରାକୃତିକ ସମ୍ପଦର ବିକାଶ ପାଇଁ ଅନେକ ନିବେଶକ ଆସିବେ । ସେହିପରି ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ସେଥିରେ ଯୋଗ ଦେବାକୁ ଆମେ ସମସ୍ତ ପ୍ରବାସୀଙ୍କୁ ନିମନ୍ତ୍ରଣ କରିଛୁ । ଖୁବଶୀଘ୍ର ଆମ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହିତ ପର୍ଯ୍ୟଟକକୁ ନୂଆ ଲୁକ୍ ଦେବାରେ ଏ ଲଣ୍ଡନ ଗସ୍ତ ସଫଳ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com