ଓଡ଼ିଶା

ଦିନିକିଆ ଗସ୍ତରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ । ସେ ଆସନ୍ତା ନମ୍ୱଭେମ୍ବର ୧୫ରେ ଓଡ଼ିଶା ଦିନିକିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ ପିଏମ୍ । ରାଉରକେଲାରେ ଆୟୋଜିତ ହେବ ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ।

ମନ୍ତ୍ରୀ କହିଛନ୍ତି, ଜନଜାତି ଲୋକଙ୍କ ପାଇଁ ଗୌରବର ବିଷୟ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ । ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏ ବର୍ଷ ଜନଜାତି ଗୌରବ ବର୍ଷ ପାଳନ କରାଯିବ । ଆସନ୍ତା ୧୫ ତାରିଖରେ ଆଦିବାସୀଙ୍କ ଅଧିକାର । ପେଶା ଆଇନ,ଜଙ୍ଗଲ ଅଧିକାର ଆଇନରୁ ଜନଜାତି ଯେଉଁଭଳି ବଞ୍ଚିତ ହେଉଛନ୍ତି, ବିଭିନ୍ନ ସମୟରେ ନିର୍ଯାତିତ ହେଉଛନ୍ତି, ଏହାକୁ ଗୁରୁତ୍ବର ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି l ସେହିପରି ତାଙ୍କର କିଭଳି ବିକାଶ ହେବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତତ୍ପର ଅଛନ୍ତି । ପଞ୍ଚାୟତିରାଜ ବିଭାଗ ପେଶା ଏବଂ ଜଙ୍ଗଲ ଅଧିକାର ଆଇନକୁ ନେଇ ଆସନ୍ତା ୧୫ ତାରିଖରେ ୭ ହଜାର ୬ ଶହ ୬୭ଟି ଗ୍ରାମସଭା କରିବ । ଏହାକୁ ନେଇ ପଞ୍ଚାୟରିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମସଭାର ମୁଖ୍ୟ ପୁରୋଧା ହେବେ ସରପଞ୍ଚ । PEO ମାନେ ସେହି ସଭାକୁ ପରିଚାଳନା କରିବେ ।

ପେଶା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯିବ । ଏହି ଗ୍ରାମସଭା ପାଇଁ ଟ୍ରେନର ଅଛନ୍ତି । ସେମାନେ ସେହି ଜାଗାକୁ ଯିବେ । ସେମାନଙ୍କୁ ଅବଗତ କରାଇବେ । ମା’ ପାଇଁ ଗଛଟିଏ ଲଗାଇବା ନେଇ ବ୍ୟବସ୍ଥା ଅଛି । ପେଶା ଆଇନକୁ ଖୁବ ଶୀଘ୍ର ଲାଗୁ କରାଯିବ । ଆଗାମୀ ବିଧାନସଭା ସେସନରେ ଏହା ଅଣାଯିବ । ଆସନ୍ତା ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବାକୁ ଭୁବନେଶ୍ବର ଆସିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com