ଓଡ଼ିଶା

ସମ୍ପର୍କୀୟ ଆଣିଲେ ଅଭିଯୋଗ, ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ କଲା ପୁଲିସ

ଭୁବନେଶ୍ୱର: ରାଜଧାନୀର ସତ୍ୟନଗର ଶ୍ମଶାନରୁ ଜବତ ହେଲା ଅର୍ଦ୍ଧଦଗ୍ଧ ଶବ l ସମ୍ପର୍କୀୟଙ୍କ ଅଭିଯୋଗ ପରେ ଶବ ଜବତ କଲା ପୁଲିସ । ଯାହା ଜଣାପଡିଛି କି, ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ l ଅନ୍ୟପଟେ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ପୋଷ୍ଟମର୍ଟମ ନକରି ଶବ ଦାହ ବୋହୁ କରୁଥିଲା l ସେ କହିଛନ୍ତି, ଉଭୟ ଭଉଣୀ ଭୁବନେଶ୍ୱରରେ ରହୁଥିଲେ ।

ହେଲେ ନିଜ ବଡ଼ ଭଉଣୀକୁ ଭେଟିବାକୁ ଦେଉନଥିଲେ ନିଜର ପୁତୁରା ବୋହୂ । ବଡ଼ ଭଉଣୀ ଅଶ୍ରୁକଣାଙ୍କୁ ସେ(ପୁତୁରା ବୋହୂ) ଘରେ ତାଲା ପକାଇ ରଖୁଥିଲେ । କାହା ସହିତ ମିଶିବାକୁ ଦେଉନଥିଲେ । ମାଡ଼ ମାରୁଥିଲେ । ଖାଇବାକୁ ଦେଉନଥିଲେ । ସିଏ ତରବରିଆ ଭାବେ ପୋଡି ଦେଉଥିବାରୁ ଆମର ସନ୍ଦେହ ହେଉଛି । ମୋ ଭଉଣୀକୁ ମାରି ପୋଡ଼ି ଦେବାକୁ ଉଦ୍ୟମ କରୁଥିଲା । ଘଟଣାର ତଦନ୍ତ ହେଲେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମୃତ ଅଶ୍ରୁକଣାଙ୍କ ସାନ ଭଉଣୀ କହିଛନ୍ତି ।

ସେହିପରି ମୃତ ଅଶ୍ରୁକଣାଙ୍କ ବୋହୂ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୋ ଶାଶୁ ମୋ ପାଖରେ ରହିଥିଲେ । ଦେହ ଖରାପ ହେଲା ବୋଲି କ୍ଲିନିକ ନେଇଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ସମ୍ପର୍କୀୟଙ୍କୁ ଜଣାଇଥିଲି । ପରେ ମୃତଦେହକୁ ସତ୍କାର କରିବା ପାଇଁ ଶ୍ମଶାନକୁ ଆଣିଥିଲି । ଭୁବନେଶ୍ୱରରେ ମୃତଦେହ ବ୍ୟବଚ୍ଛେହ ହୁଏ ବୋଲି ମୁଁ ଜାଣିନି ବୋଲି ବୋହୂ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com