କଟକ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଯିଏ ଅପରାଧି ହୋଇଥାଉ ଛଡ଼ା ଯିବନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: କଟକ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜିର ସରକାରରେ କୌଣସି ଅପରାଧୀକୁ ଘଣ୍ଟ ଘୋଡ଼ାଯିବ ନାହିଁ l ଏହା ଅନେକ ଦୁଷ୍କର୍ମ ଘଟଣାକୁ ଦାବି ଦେଉଥିଲେ ପୂର୍ବ ସରକାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମହିଳାମାନଙ୍କ ସହିତ ହେଉଥିବା ଅପରାଧରେ କିଭଳି ଅଧିକ ଦଣ୍ଡ ବିଧାନ ହେବ l ତେଣୁ ସରକାର ନିଜେ ତଦାରଖ କରିବେ । ଅତୀତରେ ମହିଳାଙ୍କ ପ୍ରତି ଅତ୍ୟାଚାରର ଦଣ୍ଡ ବିଧାନ ହାର ସର୍ବଭାରତୀୟସ୍ତରରେ କମ୍ ରହିଛି । ଆଗାମୀ ଦିନରେ ସରାକର ଉଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିବାକୁ ଯାଉଛନ୍ତି ।
ରାଜ୍ୟରେ ୪ଟି ମହିଳା ସଂକ୍ରାନ୍ତୀୟ କୋର୍ଟ କରାଯିବ । ଫାଷ୍ଟ ଟ୍ରାକ କୋର୍ଟ କରାଯିବ, ଯେଉଁଥିରେ ମହିଳା ସଂକ୍ରାନ୍ତୀୟ ଅପରାଧ କେସ୍ଗୁଡ଼ିକର ବିଚାର କରାଯିବ। କେସ୍ଗୁଡ଼ିକର ଓକିଲ ମଧ୍ୟ ମହିଳା ରହିବେ, ଯେଉଁଥିରେ ପୀଡ଼ିତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅନ୍ୟପଟେ ଏହି ଦୁଷ୍କର୍ମ ଘଟଣାକୁ ନେଇ ବାରବାଟୀ ବିଧାୟକ ସୋପଫିଆ ଫିରଦୋଷ ପୀଡ଼ିତାଙ୍କୁ ନ୍ୟାୟ ନଦିଆଯାଏ l କିମ୍ବା ଦୋଷୀକୁ କଡ଼ା ଦଣ୍ଡ ନଦିଆଯାଏ, ତେବେ ସେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି l ଏହି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବିଧାୟିକା ସୋଫିଆ ଫିରଦୋଷ l




