ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଶୀତକାଳୀନ ଅଧିବେସନ । ଏଥିପାଇଁ ଏହାର ଠିକ ଦିନକ ପୂର୍ବରୁ ଆଜି ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ । ବିଧାନସଭାରେ ସମସ୍ତ ଶାାସକ ଓ ଉଭୟ ବିରୋଧି ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥବଲା ଏହି ବୈଠକ । ବାଚସ୍ପତି ଶ୍ରୀମତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟମାନେ ଏକାଠି ହୋଇଥିଲେ ।
ସୂଚନା ଅନୁସାରେ ଏହି ଅଧିବେସନ ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ୨୬ରେ ମୋହନ ସରକାର ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ଯାହାକୁ ଉଭୟ ଶାସକ ଓ ବିରୋଧିଦଳର ସଦସ୍ୟଙ୍କ ମିଳିତ ସହଯୋଗରେ କିପରି ସମସ୍ତ ପ୍ରସଙ୍ଗ ଉପରେ ସୁୁରୁଖୁରୁରେ ଆଲୋଚନା କରି ଲୋକଙ୍କ ହିତ ପାଇଁ କାମ କରାଯାଇପାରିବ ସେ ନେଇ ସଭିଙ୍କ ସହଯୋଗ ଲୋଡ଼ାଯାଇଛି ।
ତେବେ ଅଧିବେଶନରେ ମୋଟ ୩୦ଟି କାର୍ୟ୍ୟ ଦିବସ ରହିଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇବା ସମ୍ଭାବନା ରହିଛି। ବିରୋଧୀଙ୍କୁ ଶାସକ ଦଳ କିପରି ମୁକାବିଲା କରୁଛି, ତାହା ଅଧିବେଶନ ଅବଧି ସମୟରେ ସ୍ପଷ୍ଟ ହେବ।