ନୂଆଦିଲ୍ଲୀ: ଆରମ୍ଭରୁ କମ୍ପିଲା ସଂସଦ । ଉଷ୍ମ ହେଲା ଗୃହ । ଶୀତକାଳୀନ ଅଧିବେସନ ପ୍ରଥମ ଦିନରେ ଗୃହ ହୋଇଥିଲା ଉଷ୍ମ । ସରକାରଙ୍କୁ ଘେରିବା ପାଇଁ ପୂର୍ବରୁ ପ୍ରସଙ୍ଗ ପ୍ରସ୍ତୁତ ପରି ରଖିଥିବା ବିରୋଧି ପ୍ରଶ୍ନବାଣରେ ଶାସକ ଦଳକୁ କରିଥିଲେ ଆଟାକ୍ । ଯାହାକୁ ଦୃଷ୍ଟିରେ ରଖି ପ୍ରଥମ ଦିନରେ ହିଁ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେପଟେ ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ତୟାର ରଖିଥିବା ପ୍ରଶ୍ନ ବିଶେଷ କରି ଆଦାନୀ ପ୍ରସଙ୍ଗକୁ କେନ୍ଦ୍ର କରି ତୁମ୍ବିତୋଫାନ କରିଥିଲେ ।
ଉପରାଷ୍ଟ୍ରପତିଙ୍କୁ ସମ୍ବିଧାନର ଧାରା ୨୬୭ ଅନୁସାରେ ଆଦାନୀ ମାମଲା ଉପରେ ଆଲୋଚନା ପାଇଁ ଦାବି କରିଥିଲେ ଖଡ଼ଗେ । ହେଲେ ଉପରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଯାହାକୁ ନେଇ ରାଜ୍ୟସବା ଗୃହରେ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଉପରାଷ୍ଟ୍ରପତି ବିରୋଧୀଙ୍କୁ କୌଣସି ବି ଦାବିକୁ ଅନ ରେକର୍ଡ ଯିବ ନାହିଁ ବୋଲି ବାରମ୍ବାର କହିଥିବା ଶୁଣିବାକୁ ମିଳିଥିଲା ।
ଏଥିସହିତ ଆଜି ଦିନକ ପାଇଁ ରାଜ୍ୟସଭା କାର୍ୟ୍ୟକାଳକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀବ ଧନକଡ଼ । ଶିଳ୍ପପତିଙ୍କ ନାଁରେ ସଂଗୀନ ଅଭିଯୋଗ ଆସିବା ସତ୍ତ୍ୱେ କାହିଁକି ମୋଦୀ ସରକାର ତଦନ୍ତ କରୁନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଆମେରିକାରେ ଯଦି ତଦନ୍ତ ହୋଇପାରୁଛି ଭାରତରେ କ’ଣ ପାଇଁ କରାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।